ବେଜିଂ: ଭାରତର ପଡୋଶୀ ଦେଶ ଚୀନ ତିଆରି କରୁଛି ଆମେରିକାକୁ ପଛରେ ପକାଇବା ପରି ପ୍ରତିରକ୍ଷା କେନ୍ଦ୍ର। ବିଜିଙ୍ଗରୁ ୩୦ କିମି ଦୂରରେ ନିର୍ମାଣ ହେଉଛି ଏହି ଡିଫେନ୍ସ ସିଷ୍ଟମ। ଏହା ଆମେରିକା ପ୍ରତିରକ୍ଷା କେନ୍ଦ୍ର ପେଣ୍ଟାଗନ ଠାରୁ ୧୦ ଗୁଣ ବଡ ହେବ ବୋଲି ସୂଚନା ଦେଇଛି ଆମେରିକା ଗୁଇନ୍ଦା ବିଭାଗ। ସୂଚନା ଅନୁସାରେ ଏହି ସେଣ୍ଟର ୧୫ ଶହ ଏକର ଜାଗାରେ ନିର୍ମାଣ କରାଯାଉଛି। ଏହି ଡିଫେନ୍ସ ସେଣ୍ଟର ଏକ ସାଟେଲାଇଟ ଫଟୋ ସାମନାକୁ ଆସିଛି। ଯୁଦ୍ଧ ସମୟରେ ସୈନ୍ୟମାନଙ୍କ ସୁରକ୍ଷା ପାଇଁ ଏଠାରେ ବଡ ବଡ ବଙ୍କର ନିର୍ମାଣ କରାଯାଉଥିବା ଏହି ଫଟୋରୁ ଜାଣିବାକୁ ମିଳିଛି। ଏଥିସହିତ ଏହି ନିର୍ମାଣ ପ୍ରଣାଳୀ ଚୀନ ସୈନ୍ୟଙ୍କୁ ଭୟଙ୍କର ପରମାଣୁ ଯୁଦ୍ଧରୁ ରକ୍ଷା କରିବ।
ବେଜିଂର ଦକ୍ଷିଣ ପୁର୍ବରେ ୩୦ କିମି ଦୂରରେ ଥିବା ଏହି ପ୍ରତିରକ୍ଷା କେନ୍ଦ୍ର ବହୁ ଉନ୍ନତ ଯୁଦ୍ଧ କୌଶଳ ପ୍ରଣାଳୀରେ ନିର୍ମାଣ କରାଯାଉଛି। ଆମେରିକା ଗୁଇନ୍ଦା ବିଭାଗ ସୂଚନା ଅନୁସାରେ, ଚୀନ ଦ୍ବାରା ନିର୍ମାଣ କରାଯାଉଥିବା ଏହି ଡିଫେନ୍ସ ସେଣ୍ଟର ବିଶ୍ବର ସବୁଠୁ ବଡ ଡିଫେନ୍ସ ସେଣ୍ଟର ହେବାକୁ ଯାଉଛି। ଏହି ସେଣ୍ଟର କାମ ୨୦୨୪ ମଧ୍ୟଭାଗରେ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି। ତାଇୱାନ ଉପରେ ଆକ୍ରମଣ ପାଇଁ ରାଷ୍ଟ୍ରପରି ସି ଜିନପିଙ୍ଗ ସୈନ୍ୟ ବଳକୁ ସମୃଦ୍ଧ କରୁଛନ୍ତି।
ଚୀନ ନିଜ ଯୁଦ୍ଧ ବଳକୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ ଏହାକୁ ଉନ୍ନତ କରିବାକୁ ଲାଗିପଡ଼ିଛି। ତେବେ ଏହି ଡିଫେନ୍ସ ସେଣ୍ଟର ଚାଲୁ ହେଲେ ଏହା ପରମଣୁ କ୍ଷେତ୍ରରେ ବିଶ୍ବର ସବୁଠୁ ବଡ ଶକ୍ତି ହୋଇ ଉଭା ହେବ।
Comments are closed.