Latest Odisha News

BREAKING NEWS

ଏଥର ଚୀନର ଲୋଲୁପ ନଜର ଭୁଟାନ ଉପରେ

ଥିମ୍ପୁ: ଭୁଟାନ ଉପରେ ଏବେ ଚୀନର ଲୋଲୁପ ନଜର ପଡିଛି । ଗ୍ଲୋବାଲ ଏନଭରମେଂଟ ଫାସିଲିଟି ବୈଠକରେ ଭୁଟାର ସାକତେଙ୍ଗ ୱାଇଲ୍ଡଲାଇଫ ଅଭୟରାଣ୍ୟକୁ ଚୀନ ବିବାଦୀୟ ଜାଗା ବୋଲି କହିଛି । ଏହି ପ୍ରୋଜେକ୍ଟରେ ଅର୍ଥ ସହାୟତା ନ କରିବା ପାଇଁ ମଧ୍ୟ ଚୀନ ଚାପ ପକାଇଛି । ଅରୁଣାଚଳ ପ୍ରଦେଶ ସୀମା ନିକଟରେ ୬୫୦ କିଲୋମିଟର ପରିବ୍ୟାପ୍ତ ସ୍ଥାନରେ ଏହି ଅଭୟାରଣ୍ୟ ରହିଛି । ତେବେ ଭୁଟାନ କଡାକଡି ଭାବେ ଚୀନର ଏହି ପଦକ୍ଷେପକୁ ନିନ୍ଦା କରିଛି । ଏହି ଜାଗା ଆମ ଦେଶର ଅଭିନ୍ନ ଅଙ୍ଗ ବୋଲି କହିଛି ।

ଦୁଇ ଦେଶ ମଧ୍ୟରେ ଏଥିନେଇ କେବେ କୌଣସି ବିବାଦ ହୋଇ ନାହିଁ । ଦୁଇ ଦେଶ ମଧ୍ୟରେ ଏ ନେଇ କୌଣସି ସୀମା ରେଖା ନ ଥିବାରୁ ଏହାର ଫାଇଦା ଚୀନ ଉଠାଇବା ପାଇଁ ଚେଷ୍ଟା କରୁଛି । ଏହି ବୈଠକରେ ଭୁଟାନର ପ୍ରତିନିଧି ନ ଥିବାରୁ ଭାରତୀୟ ଅଫିସର ଭୁଟାନ ପକ୍ଷ ରଖିଥିଲେ ।

Leave A Reply

Your email address will not be published.