Latest Odisha News

BREAKING NEWS

ରାଜ୍ୟରେ ରାତି ୯ଟାରୁ ଭୋର ୫ଟା ଯାଏଁ ରାତ୍ରୀକାଳିନ କର୍ଫ୍ୟୁ

ଭୁବନେଶ୍ୱର: କୋହଳ ହେଲା ରାତ୍ରୀକାଳିନ କର୍ଫ୍ୟୁ ସମୟ । ଏଣିକି ଆଉ ସନ୍ଧ୍ୟା ୭ଟାରୁ ୫ଟା ନୁହେଁ ରାତି ୯ରୁ ଭୋର ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଜୁଲାଇ ପହିଲାରୁ ରାତି ୯ଟାରୁ ସକାଳ ୫ଟା ଯାଏଁ ରାତ୍ରୀକାଳିନ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ସମସ୍ତ ଚଳପ୍ରଚଳ ବନ୍ଦ ରହିବ। କେବଳ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ମାସ୍କ କିମ୍ବା ସାମାଜିକ ଦୂରତା ନରଖିଲେ କାଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ସୋମବାର ଦେଶରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ କେନ୍ଦ୍ର ସରକାର ଅନଲକ୍ ୨ ଘୋଷଣା କରିଥିଲେ। ଜୁଲାଇ ୩୧ ପର‌୍ୟ୍ୟନ୍ତ ଦେଶରେ ଅନଲକ୍‌-୨ ଜାରି ରହିବ। ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡ୍ ଲାଇନ୍ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ରେ କଟକଣା ପୂର୍ବବତ୍ତ ଜାରି ରହିବ।

Leave A Reply

Your email address will not be published.