ବେଜିଂ: ଚୀନର ଝୁରୋଙ୍ଗ ରୋଭର ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ ହୋଇଛି । ଏଥିସହ ଚୀନ ଦ୍ୱିତୀୟ ଦେଶ ଭାବେ ମଙ୍ଗଳରେ ପାଦ ଥାପିଛି । ଏହା ପୂର୍ବରୁ ଆମେରିକା କେବଳ ଏହି ସଫଳତା ହାସଲ କରିଥିଲା । ୭ ମାସ ଯାତ୍ରା ପରେ ଝୁରୋଙ୍ଗ ମଙ୍ଗଳ କକ୍ଷପଥରେ ଘୁରି ବୁଲିଥିଲା । ଏହାର ଓଜନ ୨୪୦ କିଲୋଗ୍ରାମ, ଏଥିରେ ୪ଟି ଚକା ଓ ୪ଟି ସୋଲାର ପ୍ୟାନେଲ ରହିଛି ।
ମଙ୍ଗଳ ଗ୍ରହରୁ ଅଧିକ ତଥ୍ୟ ପ୍ରଦାନରେ ଏହା ସହାୟ ହେବ ବୋଲି ଚୀନ ପକ୍ଷରୁ କୁହାଯାଇଛି । ସେଠାରୁ ପୃଥିବୀ ପୃଷ୍ଠକୁ ସୂଚନା ପଂହଚିବାରେ ୧୮ ମିନିଟ ସମୟ ଲାଗିବ । ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସଫଳତା ନେଇ ମହାକାଶ ବିଜ୍ଞାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Comments are closed.