Latest Odisha News

BREAKING NEWS

ବିବାଦୀୟ ଲଦାଖ ସୀମାରୁ ଚୀନ ହଟୁନି, ଭାରତର ଶକ୍ତି ପ୍ରଦର୍ଶନ

ଲେହ: ବିବାଦୀୟ ଲଦାଖ ସୀମାରେ ଚୀନ ହଟିବା ପରିବର୍ତେ ସୈନ୍ୟଙ୍କୁ ଠୁଳ କରିବାରେ ଲାଗିଛି । ଏହା ବ୍ୟତୀତ ନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ କରିଛି । ଭାରତ ଏହାକୁ ବିରୋଧ କରିବା ସହ ସୀମାରେ ଚୀନ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କରିଛି । ଭାରତର ଫାଇଟର ଜେଟ ଚୀନ ସେନା ଉପର ସମ୍ପୂର୍ଣ୍ଣ ନଜର ରଖିଛି। ପେଙ୍ଗୋଙ୍ଗ ସୋ ହ୍ରଦ ଓ ଫିଙ୍ଗର ଏରିଆରେ ଭାରତ ୮ ପର୍ଯ୍ୟନ୍ତ ଦାବୀ କରୁଥିବା ବେଳେ ଚୀନ ୪ପରଠାରୁ ଭାରତକୁ ଛାଡୁନି ।

୧୫ ଜୁନରେ ସଂଘର୍ଷରେ ଭାରତ ପଏଂଟ ୧୪ ପାଖରେ ଥିବା ସମସ୍ତ ଷ୍ଟ୍ରକଚର ଭାଙ୍ଗି ଦେଇଥିଲା । ଚୀନ ଏବେ ଏହାର କାର୍ଯ୍ୟ ପୁନର୍ବାର ଆରମ୍ଭ କରିଛି । ଭାରତ ପକ୍ଷରୁ ଲେହ ସଡକ ପଥରେ ମିଲିଟ୍ରି ଚେକପୋଷ୍ଟ କରାଯାଇଛି । ସୂଚନାଯୋଗ୍ୟ ସୈନ୍ୟ ସଂଖ୍ୟା ଓ ଉତେଜନା ହ୍ରାସ କରିବା ନେଇ ଚୀନ ସମ୍ମତି ଜଣାଇଥିଲେ ମଧ୍ୟ ଏହା ଉପରେ କାର୍ଯ୍ୟ କରୁ ନାହିଁ ।

Leave A Reply

Your email address will not be published.