Latest Odisha News

BREAKING NEWS

ପୋଲସରାରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ପୋଲସରା: ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁର ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । କୋଙ୍କରଡା ଗ୍ରାମର ତ୍ରିନାଥ ପ୍ରଧାନଙ୍କ ଚତୁର୍ଥ ଝିଅ ମଞ୍ଜୁସା ପ୍ରଧାନଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି ।

ମୃତ ଝିଅର ବାପା ତ୍ରିନାଥ ପ୍ରଧାନଙ୍କ ଏତଲା କ୍ରମେ ଝିଅ ୨ ବର୍ଷ ତଳେ ଜଣେ ଗୁଜରାଟି ପୁଅ ସହିତ କେଉଁ ଆଡେ ଫେରାର ହୋଇ ଯାଇଥିଲା।  ଗତ ୮ ମାସ ତଳେ ନିଜ ଗ୍ରାମ କୋଙ୍କରଡାକୁ ଫେରି ଏକ ଭଡ଼ା ଘରେ ରହୁଥିଲେ । ହେଲେ ଆଜି ସକାଳେ ଝିଅ ମଞ୍ଜୁସାର ମୃତ୍ୟୁ ହୋଇଥିବା ଜାଣି ବାପା ପୋଲସରା ଥାନାରେ ପହଞ୍ଚି ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଏତଲାରେ ଦର୍ଶାଇଛନ୍ତି ।

ପୋଲସରା ପୋଲିସ ଭାରତୀୟ ପିଙ୍ଗଳ କୋର୍ଡ଼ ୧୫୯/୨୦ ଧାରାରେ ଏକ ମାମଲା ରୁଜ୍ଜୁ କରିବା ସହ ଉକ୍ତ ଭଡ଼ା ଘରେ ପହଞ୍ଚି  ଶବ ଜବତ କରିବା ସହ ବ୍ୟବଛେଦ କରିବା ପାଇଁ ବ୍ରହ୍ମପୁରକୁ ପଠାଇଛନ୍ତି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.