Latest Odisha News

BREAKING NEWS

ଚୀନରେ ବର୍ଷକ ପରେ ଦୁଇ ଜଣଙ୍କର କୋଭିଡରେ ମୃତ୍ୟୁ

ବେଜିଂ: ଶନିବାର ଚୀନର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ କରୋନା ସଂକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ବର୍ଷକ ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡିଛି । ଦୁଇ ମୃତକ ଚୀନରତ୍ତଉତ୍ତର ପୂର୍ବ ଅଂଚଳର । ୨ ମୃତକଙ୍କ ସହ ଚୀନରେ ମୃତ୍ୟୁ ସଂଖ୍ୟା ୪ ହଜାର ୬୩୮ରେ ପହଞ୍ଚିଛି । ସେହିପରି ଶନିବାର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୧୫୭ରେ ପହଞ୍ଚିଛି ।

ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ଜିଲିନ ପ୍ରାନ୍ତରୁ ଅଧିକ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ରୋକିବାକୁ ଜିଲିନ ପ୍ରାନ୍ତରେ ଯାତାୟତ ସେବା ଉପରେ ରୋକ୍ ଲଗାଯାଇଛି । ଯେଉଁମାନେ ଯିବେ ସେମାନଙ୍କୁ ସ୍ଥାନୀୟ ପୁଲିସର ଅନୁମତି ନେବାକୁ ହେବ ।

ଚୀନରେ ୨୦୧୯ ଶେଷରେ କରୋନା ସଂକ୍ରମଣ ବ୍ୟାପିଥିଲା । ଏହାପରେ ଅନ୍ୟ ଦେଶକୁ ଏହି ଅଦୃଶ୍ୟ ଭୂତାଣୁ ବ୍ୟାପିଛି । ସଂକ୍ରମଣକୁ ରୋକିବା ପାଇଁ ସେତେବେଳେ ବେଜିଂ ଅନେକ କଡାକଟକଣା ଲଗାଇଥିଲା । ଏଥିସହ ସଂକ୍ରମଣ ବାବଦରେ ଅନେକ ଦିନ ଧରି ଲୁଚାଇଥିବାରୁ ସଂକ୍ରମଣ ବ୍ୟାପିବା ପଛରେ ବେଜିଂର ଖଳ ଚରିତ୍ର ରହିଛି ବୋଲି ବିଭିନ୍ନ ଦେଶର ନେତା ଦାବି କରିିଛନ୍ତି ।

ଚୀନରେ ଏବେ ବ୍ୟାପିଥିବା ଅନେକ ସଂକ୍ରମିତଙ୍କ ପାଖରେ ଓମିକ୍ରନ ଭ୍ୟାରିଆଂଟ ଚିହ୍ନଟ ହୋଇଥିବା ସୂଚନା ରହିଛି । ଯାହାକି ପ୍ରଥମେ ଭାରତରେ ପ୍ରଥମ ଦେଖାଦେଇଥିଲା । ସଂକ୍ରମଣ ବଢୁଥିବା ଦେଖି ବେଜିଂ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଡା କଟକଣା ଲଗାଇଛି । ତେଣୁ ଅନେକ ଛାତ୍ରଛାତ୍ରୀ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ଚୀନର ଏପରି ନୀତି ଯୋଗୁଁ ୨୩ ହଜାର ଭାରତୀୟ ଛାତ୍ର ଏବେ ସ୍ୱଦେଶରେ ଅଟକି ରହିଛନ୍ତି । ସଂକ୍ରମଣ ବଢୁଥିବାରୁ ଚୀନର ଅନେକ ସହରରେ ଏବେ ଲକଡାଉନ୍ ଲାଗୁ ହୋଇଛି ।

Comments are closed.