Latest Odisha News

BREAKING NEWS

ଅଖିଳେଶଙ୍କୁ ଝଟକା ଦେବେ ଓପି ରାଜଭର !

ମାର୍ଚ୍ଚ ୧୮ରେ ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଓପି ରାଜଭର । ଯିଏକି ପୂର୍ବ ଯୋଗୀ ସରକାରରେ ସାମିଲ ଥିଲେ । ନିର୍ବାଚନ ବେଳେ ବିଜେପିକୁ ବାଏ ବାଏ କହି ଅଖିଳେଶ କ୍ୟାମ୍ପରେ ସାମିଲ ହୋଇଥିଲେ ।

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଫଳାଫଳ ପରେ ରାଜ୍ୟରେ ଏକ ବଡ଼ ରାଜନୀତିକ ଓଲଟ ପାଲଟ ହୋଇପାରେ। ୟୁପିର ବିଭିନ୍ନ ମିଡିଆ ଆକଳନ କରୁଛନ୍ତି ଯେ ୟୁପିର ଓପି ରାଜଭାରଙ୍କ ଦଳ ସୁହେଲଦେବ ଭାରତୀୟ ସମାଦ ପାର୍ଟି ଯୋଗୀ କ୍ୟାବିନେଟରେ ସାମିଲ ହେବ । ପୂର୍ବ ଯୋଗୀ ସରକାରରେ ଏହି ଦଳ ମନ୍ତ୍ରୀ ପଦ ପାଇଥିଲା । କିନ୍ତୁ ନିର୍ବାଚନ ବେଳେ ବିଜେପି ସହିତ ଅସନ୍ତୋଷ ପ୍ରକାଶ କରି ଓପି ରାଜଭର ସମାଜବାଦୀ ପାର୍ଟି ସହ ନିର୍ବାଚନ ଲଢି ୬ଟି ଆସନରେ ବିଜୟୀ ହୋଇଛନ୍ତି । ମାର୍ଚ୍ଚ ୨୫ରେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଓପି ରାଜଭାରଙ୍କ ସହ ବୈଠକ କରିଥିବା ସୂଚନା ରହିଛି ।

ନିର୍ବାଚନ ଫଳାଫଳ ପରେ ଓପି ରାଜଭାରଙ୍କ ଆଭିମୁଖ୍ୟ ନରମି ଯାଇଛି। ନିର୍ବାଚନ ପ୍ରଚାର ବେଳେ ସେ ବିଜେପି ସରକାରକୁ କ୍ଷମତାରୁ ହଟାଇବାକୁ ଦାବି କରୁଥିବାବେଳେ। ଏଥି ସହିତ, ଯୋଗୀ ଆଦିତ୍ୟନାଥଙ୍କୁ ମଠ ପଠାଇ ଦେବାକୁ ଚେତାବନୀ ଦେଇଥିଲେ । ଯଦିଓ ଯୋଗୀ ପ୍ରଚାରରେ ଓପି ରାଜଭରଙ୍କ ନାମ ନେଇନଥିଲେ । ହେଲେ କହିଥିଲେ ଫଳାଫଳ ଆସିବା ପରେ ଗ୍ରୀଷ୍ଣ ପ୍ରବାହ ବେଳେ ସମସ୍ତଙ୍କୁ ଥଣ୍ଡା କରିଦେବେ । ଏପରି କହି ବିରୋଧୀ ଏବଂ ମାଫିଆଙ୍କୁ ନାଲି ଆଖି ଦେଖାଇଥିଲେ ।

ତେବେ ନିର୍ବାଚନ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଭାର ମଧ୍ୟ ନରମ ପଡିଯାଇଛନ୍ତି। ନିର୍ବାଚନ ବେଳେ ବିଜେପି ଛାଡି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟା । ଆଉ ଯୋଗୀଙ୍କ ଉପରେ ସିଧା ହମଲା କରିଥିଲେ । ତେବେ ଫଳାଫଳ ପରେ ମୌର୍ଯ୍ୟାଙ୍କ ନାଁରେ ଏତଲା ହୋଇଛି । ତାଙ୍କ ବେଆଇନ କାରବାରର ହିସାବ ନିକାଶ କରିବାକୁ ଯୋଗୀ ସରକାର ବିଚାର କରୁଛନ୍ତି ବୋଲି କୁହାଯାଉଛି । ତେଣୁ ଏପରି ସ୍ଥିତି ଦେଖି ରାଜଭାର ଏନଡିଏରେ ସାମିଲ ହେବାକୁ ଚିନ୍ତା କରୁଥିବା ସୂଚନା ରହିଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟାରେ ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ ଏବଂ ସୁନୀଲ ବନସଲଙ୍କ ସହ ଓମପ୍ରକାଶ ରାଜଭାରଙ୍କ ରୁଦ୍ଧାଦ୍ୱାରା ବୈଠକ ହୋଇଥିଲା । ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ଏହି ବୈଠକ। ତେବେ ଏପର୍ଯ୍ୟନ୍ତ ଏହି ବୈଠକକୁ ନେଇ କୌଣସି ଆନୁଷ୍ଠାନିକ ଭାବେ ସୁନିଶ୍ଚିତ କରିନାହାନ୍ତି। କିମ୍ବା ଏହା ଉପରେ କୌଣସି ବିବୃତ୍ତି ଦିଆଯାଇ ନାହିଁ।

Leave A Reply

Your email address will not be published.