Latest Odisha News

ଛୋଟ ପିଲାଙ୍କ ତୁଳନାରେ ଚୀନରେ ବଢ଼ୁଛି ପୋଷା ବିଲେଇ, କୁକୁରଙ୍କ ସଂଖ୍ୟା

ବେଜିଂ: ଚୀନରେ ଜନସଂଖ୍ୟା ହ୍ରାସ ହେବା ପରୋକ୍ଷରେ ଏକ ସମସ୍ୟା ଭାବେ ଉଭା ହୋଇଛି । ଯୁବ ପିଢ଼ୀ ପାରିବାରିକ ଜଞ୍ଜାଳରେ ବାନ୍ଧି ହେବାକୁ ଚାହୁଁ ନାହାନ୍ତି । ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯୁବଙ୍କ ସଂଖ୍ୟା କମୁଛି । ଏକ ରିପୋର୍ଟ ଅନୁସାରେ ଚୀନରେ ପୋଷା ବିଲେଇ, କୁକୁରଙ୍କ ତୁଳନାରେ ଛୋଟ ପିଲାଙ୍କ ସଂଖ୍ୟା କମିବାରେ ଲାଗିଛି । ବିବାହ ପରେ ମଧ୍ୟ ଦମ୍ପତି ସନ୍ତାନପ୍ରତି ବିମୁଖ ରହୁଛନ୍ତି । ୨୦୩୦ ବେଳକୁ ଏହି ସମସ୍ୟା ଆହୁରି ବଢ଼ିପାରେ । ଏପରିକି ପିଲାଙ୍କ ତୁଳନାରେ ପୋଷା ଜନ୍ତୁଙ୍କ ସଂଖ୍ୟା ୨ ଗୁଣ ବଢ଼ିଯିବ ବୋଲି ଆକଳନ କରାଯାଇଛି । ଚୀନରେ ପୋଷା ଜନ୍ତୁ ବିକ୍ରି କାରୋବାର ମଧ୍ୟ ବଢ଼ିବାରେ ଲାଗିଛି ।

ସରକାର ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଦେଉଥିଲେ ମଧ୍ୟ ଯୁବ ପିଢ଼ୀ ଏକୁଟିଆ ଜୀବନ ଯାପନ କରିବାକୁ ପସନ୍ଦ କରୁଛନ୍ତି । ଅତ୍ୟାଧୂନିକ ଯୁଗରେ ସେମାନଙ୍କ ଆବଶ୍ୟକତା ପୂରଣ ହୋଇ ଯାଉଥିବାରୁ ପରିବାର ବଢ଼ାଇବାକୁ ଚାହୁଁ ନାହାନ୍ତି । ଚୀନ ପରେ ଜାପାନରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳୁଛି ।

Comments are closed.