Latest Odisha News

BREAKING NEWS

ବଢୁଛି ପରମାଣୁ ଅସ୍ତ୍ର ପ୍ରତିଯୋଗିତା: ସବୁଠୁ ଆଗରେ ଚୀନ, ପାକିସ୍ତାନ ପଛରେ ଭାରତ

ଷ୍ଟକହୋମ: ନିଜର ଦବଦବା ଜାହିର କରିବା ପାଇଁ ପୁଣି ଆରମ୍ଭ ହୋଇଯାଇଛି ପରମାଣୁ ଅସ୍ତ୍ର ନିର୍ମାଣ ପ୍ରତିଯୋଗିତା । ବିଶେଷକରି ଚୀନର ପରମାଣ ଅସ୍ତ୍ର ସଂଖ୍ୟା ଯେପରି ଭାବେ ବୃଦ୍ଧି କରି ଚାଲିଛି ତାହା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି । ଏପରି ଏକ ଚାଞ୍ଚଲ୍ୟକର ଖବର ଦେଇଛି ଷ୍ଟକହୋମ ଇଣ୍ଟନାଶନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (SIPRI) ।

SIPRIର ନିର୍ଦ୍ଦେଶକ ଡେନ ସ୍ମିଥଙ୍କ କହିବା ଅନୁଯାୟୀ, ବ୍ରିଟେନ, ଚୀନ, ଫ୍ରାନ୍ସ, ଭାରତ, ଇସ୍ରାଏଲ, ଉତ୍ତର କୋରିଆ, ପାକିସ୍ତାନ, ରୁଷ ଏବଂ ଆମେରିକା ପରି ପରମାଣୁ ଶକ୍ତି ସମ୍ପନ୍ନ ଦେଶ ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କାରିବାରେ ଲାଗିଛନ୍ତି ।

SIPRI ଅସ୍ତ୍ରଭଣ୍ଡାର ଏବଂ ବ୍ୟବହାର ପାଇଁ ରଖାଯାଇଥିବା ଅସ୍ତ୍ର ଷ୍ଟକପାଇଲ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ରଖିଛି ଯେଉଁଥିରୁ ଜଣାଯାଇଛି, ଷ୍ଟକପାଇଲରେ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ଏବର ସଂଖ୍ୟା ୧୯୮୦ ଦଶକରେ ଦିଆଯାଇଥିବା ସଂଖ୍ୟା ୭୦, ୦୦୦ରୁ ଯଥେଷ୍ଟ ଅଧିକ ରହିଛି । ଏହି ବୃଦ୍ଧିର ବଡ ଭାଗ ନେଇଛି ଚୀନ । ଚୀନର ଷ୍ଟକପାଇଲରେ ପରମାଣୁ ଅସ୍ତ୍ର ସଂଖ୍ୟା ୩୫୦ରୁ ବୃଦ୍ଧି ପାଇ ୪୧୦ ରେ ପହଞ୍ଚିଛି ।

ଭାରତ, ପାକିସ୍ତାନ, ଉତ୍ତରକୋରିଆ ମଧ୍ୟ ନିଜ ନିଜର ଷ୍ଟକପାଇଲ ଅସ୍ତ୍ର ସଂଖ୍ୟା ବଢାଇବାରେ ଲାଗିଛନ୍ତି। ସେହିପରି ରୁଷ ଷ୍ଟକପାଇଲରେ ଅସ୍ତ୍ରସଂଖ୍ୟା ୪, ୪୭୭ରୁ ବୃଦ୍ଧି ପାଇ ୪, ୪୮୯ରେ ପହଞ୍ଚିଲାଣି ।

ରୁଷ ଏବଂ ଆମେରିକା ପାଖରେ ଅସ୍ତ୍ର ସଂଖ୍ୟା ମିଶାଇଲେ ବିଶ୍ୱର ମୋଟ ପରମାଣୁ ଅସ୍ତ୍ରର ପ୍ରାୟ ୯୦ ଭାଗ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଅନ୍ୟପକ୍ଷେ SIPRIର ନିର୍ଦ୍ଦେଶକ ଡେନ ସ୍ମିଥଙ୍କ କହିବା ଅନୁଯାୟୀ, ‘ଆମେ ୩୦ ବର୍ଷରୁ ଅଧିକ ସମୟ ଧରି ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା କମ ହେଉଥିବା ଦେଖି ଆସୁଥିଲୁ । ହେଲେ ଏବେ ଏହି ପ୍ରକ୍ରିୟା ଏବେ ଶେଷ ହେଉଥିବା ଦେଖିବାକୁ ମିଳିଛି ।’

ଚୀନ ତା ସେନାର ଆଧୁନିକୀକରଣ ପାଇଁ ମୋଟା ଅନୁଦାନ ଯୋଗାଇ ଦେଇଛି । କାରଣ ଚୀନର ଅର୍ଥବ୍ୟବସ୍ଥା ବୃଦ୍ଧି ପାଇବାରେ ଲାଗିଛି । ଚୀନ ଏକ ବୈଶ୍ୱକ ଶକ୍ତି ଭାବେ ଛିଡା ହେଉଛି । ଚୀନ ଗତ ଏକ ବର୍ଷ ମଧ୍ୟରେ ୬୦ ପରମାଣୁ ଅସ୍ତ୍ର ତିଆରି କରିଛି । ଏ କ୍ଷେତ୍ରରେ ରୁଷ, ଭାରତ ଏବଂ ପାକିସ୍ତାନଠାରୁ ଚୀନ ଯଥେଷ୍ଟ ଆଗରେ ରହିଛି । ଅନ୍ୟପକ୍ଷେ  ଋଷ ୧୨ଟି, ପାକିସ୍ତାନ ୫ଟି, ଉତ୍ତର କୋରିଆ ୫ଟି ଏବଂ ଭାରତ ୪ଟି ହତିଆର ବୃଦ୍ଧି କରିଛି ।

ଏହି ରିପୋର୍ଟ ଅନୁଯାୟୀ, ଋଷ ପାଖରେ ୪୪୮୯ ଟି ପରମାଣୁ ହତିଆର ଥିବାବେଳେ , ଆମେରିକା ପାଖରେ ୩୭୦୮ଟି, ଚୀନ୍ ପାଖରେ ୪୧୦, ଫ୍ରାନ୍ସ ପାଖରେ, ୨୯୦. ବ୍ରିଟେନ୍ ପାଖରେ ୨୨୫ଟି, ପାକିସ୍ତାନ ପାଖରେ ୧୭୦ ଏବଂ ଭାରତ ପାଖରେ ୧୬୪ଟି ଆଣବିକ ଅସ୍ତ୍ର ରହିଥିବା ଜଣାଯାଇଛି ।

Leave A Reply

Your email address will not be published.