Latest Odisha News

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌: ଭାରତ ଓ ଅଷ୍ଟ୍ରେଲିଆ ଉପରେ ଜରିମାନା ଲଗାଇଲା ଆଇସିସି

ନୂଆଦିଲ୍ଲୀ: ଗତକାଲି ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନ୍‌ରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ୨୦୯ ରନ୍‌ରେ ପରାସ୍ତ ହୋଇଛି ଭାରତ। ଏହି ପରାଜୟ ସହ ଇଣ୍ଡିଆନ ଟିମ୍ ଦୁଃଖରେ ଥିବା ବେଳେ ଏବେ ଆଇସିସି ବେଡ଼ି ଉପରେ କୋରଡ଼ା ମରିଛି। ସ୍ଲୋ ଓଭର ରେଟିଂ ପାଇଁ ଟିମ୍ ଇଣ୍ଡିଆର ସମ୍ପୂର୍ଣ୍ଣ ମ୍ୟାଚ୍ ଫି କାଟି ଦିଆଯାଇଛି। ଅଷ୍ଟ୍ରେଲିଆକୁ ମଧ୍ୟ ସମାନ ଅଭିଯୋଗରେ ଦଣ୍ଡିତ କରିଛି ଆଇସିସି। ତେବେ ଅଷ୍ଟ୍ରେଲିଆର ୮୦ ପ୍ରତିଶତ ମ୍ୟାଚ୍ ଫି କଟାଯାଇଛି। ଏନେଇ ଆଇସିସି ଟ୍ୱିଟ୍ କରି ସୂଚନା ଦେଇଛି।

ଟିମ୍‌ ଇଣ୍ଡିଆ ଟାର୍ଗେଟ୍ ଟାଇମ୍‌ରୁ ୫ ଓଭର ପଛରେ ରହିଥିଲା। ସେହିପରି ଅଷ୍ଟ୍ରେଲିଆ ଟିମ୍‌ ଟାର୍ଗେଟ୍ ଟାଇମ୍‌ରୁ ୪ ଓଭର ପଛରେ ରହିଥିଲା। ସେହିପରି ଆଇସିସି ଭାରତୀୟ ଖେଳାଳି ଶୁଭମନ ଗିଲ୍‌ଙ୍କ ଉପରେ ବି ଜରିମାନ ଲଗାଇଛନ୍ତି। ଗିଲ୍‌ଙ୍କ ଉପରେ ୧୫ ପ୍ରତିଶତ ଜରିମାନ କରିଛି ଆଇସିସି।

ଅମ୍ପାୟାର୍‌ଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବାରୁ ଗିଲ୍‌ଙ୍କ ଉପରେ ଏହି ଫାଇନ୍‌ ଲାଗିଛି। ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରେ ଗିଲ୍‌ଙ୍କୁ ଟେଲିଭିଜନ ଅମ୍ପାୟାର ରିଚାର୍ଡ଼ କେଟେଲୋ ବୋରଗ ଆଉଟ ନିଷ୍ପତ୍ତି ଶୁଣାଣିଥିଲେ। ଗିଲ୍ ଏଥିରେ ଅସନ୍ତୋଷ ପ୍ରକାଶ କରି ସୋସିଆଲ୍ ମିଡିଆରେ ନିଷ୍ପତ୍ତି ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ଏଥିରେ ଆଇସିସିର ଆର୍ଟିକଲ ୨.୭ ଉଲ୍ଲଂଘନ ହୋଇଥିଲା। କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ସମ୍ପର୍କିତ ଅପ୍ରାସଙ୍ଗିକ ମନ୍ତବ୍ୟ ଅଭିଯୋଗରେ ଗିଲ୍‌ଙ୍କୁ ଦଣ୍ଡିତ କରାଯାଇ ୧୫ ପ୍ରତିଶତ ଜରିମାନା ଲଗାଯାଇଛି।

Leave A Reply

Your email address will not be published.