Latest Odisha News

BREAKING NEWS

କରୋନା ଭାଇରସ: ଚୀନ ନାଗରିକଙ୍କ ଉପରେ ସରକାରଙ୍କ ବର୍ବରତା, ଦେଖନ୍ତୁ ଭିଡିଓ

ଉହାନ: କରୋନା ଭାଇରସ ନାଁରେ ଚୀନ ସରକାର ନିଜ ନାଗରିକଙ୍କ ସହିତ କ୍ରୁର ଆଚରଣ କରୁଛନ୍ତି । କରୋନା ଭାଇରସରେ ପୀଡିତ ରୋଗୀଙ୍କୁ ଘରୁ ଘୋଷାଡି ଘୋଷାଡି ନିଆଯାଉଛି । ସୋଶିଆଲ ମିଡିଆରେ ଲୋକଙ୍କୁ ଘର ଭିତରୁ ଘୋଷାଡି ନେଇଯାଉଥିବାର ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଚୀନର ସରକାରୀ କର୍ମଚାରୀ ଲୋକଙ୍କ ଘର ଭିତରକୁ ପଶି ତାଙ୍କୁ ବାଧ୍ୟ ବାଧକତାରେ ହସ୍ପିଟାଲ ନେଇ ଯାଉଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଲୋକ ମନା କରିବା ପରେ ମଧ୍ୟ କର୍ମଚାରୀ ତାଙ୍କୁ ଘରୁ ଜବରଦସ୍ତି ଉଠାଇ ନେଉଛନ୍ତି । କରୋନା ଭାଇରସ କାରଣରୁ ଚୀନର ୩୦ରୁ ଅଧିକ ସହରକୁ ବନ୍ଦ କରିଦିଆଯାଇଛି । ପାଖାପାଖି ୬ କୋଟି ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଇ ଦିଆଯାଇଛି । ସରକାର ପୁଲିସକୁ କରୋନା ସଂକ୍ରମିତଙ୍କୁ ଏକତ୍ରିତ କରି ଅନ୍ୟ ଲୋକଙ୍କ ଠାରୁ ଅଲଗା ରଖିବାକୁ ଆଦେଶ ଦେଇଛି ।

ଉହାନରୁ ଆସିଥିବା ଘାତକ କରୋନା ଭାଇରସ ମହାମାରୀ ଭାବେ ବିଶ୍ୱର ପାଖାପାଖି ୩୧ଟି ଦେଶରେ ପହଂଚିଗଲାଣି । ଏପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୧ ହୋଇଥିବାବେଳେ ୩୦ହଜାରରୁ ଅଧିକ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.