ବେଜିଂ: ଚୀନ ଯୋଗୁ ସାରା ବିଶ୍ୱ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କରୋନା ଭାଇରସ, ଚୀନ ସାଗରରେ ଯୁଦ୍ଧ ଜାହଜ ପଠାଇବା ଏବେ ପଡୋଶୀ ଦେଶଗୁଡିକୁ ଯାଉଥିବା ପାଣି ରୋକିବା ପରି ଅମାନବୀୟ କାର୍ଯ୍ୟ କରି ଚାଲିଛି । ଚୀନ ମେକାଙ୍ଗ୍ ନଦୀର ପାଣିକୁ ରୋକି ଦେଇଛି । ଏହି ନଦୀ ଥାଇଲାଣ୍ଡ୍, ଲାଓସ, କାମ୍ବୋଡ଼ିଆ ଏବଂ ଭିଏତ୍ନାମ୍ ଆଦି ଦେଶରେ ପ୍ରବାହିତ ହୋଇଥାଏ। ପାଣିର ଅଭାବରେ ଏହି ୪ ଦେଶରେ ଏବେ ମରୁଡ଼ି ଅବସ୍ଥା ସୃଷ୍ଟି ହୋଇଛି । ଚାଇନାରେ ଚଳିତ ବର୍ଷ ମରୁଡ଼ି ପଡ଼ିଛି, ନଦୀରେ ପାଣି କମ୍ ଥିବାରୁ ରୋକିବାକୁ ସରକାର ବାଧ୍ୟ ହୋଇଛନ୍ତି ।
ଚୀନର ଏଭଳି ମନ୍ତବ୍ୟକୁ ଆମେରିକା ଜଳବାୟୁ ବିଶେଷଜ୍ଞ ଏଲନ୍ ବସିଷ୍ଟ ଖଣ୍ଡନ କରିଛନ୍ତି। ମେକାଙ୍ଗ୍ ନଦୀର ସ୍ରୋତକୁ ଚାଇନା ଇଞ୍ଜିନିୟର ମାନେ ଜାଣିଶୁଣି ଧୀମା କରିଦେଇଛନ୍ତି । ଏହାଯୋଗୁ ନଦୀରେ ଜଳ ସମସ୍ୟା ଦେଖାଦେଇଛି।
Comments are closed.