Latest Odisha News

ଚୀନ ପାଇଁ ଭସ୍ମାସୁର ସାଜୁଛି କିଲର କରୋନା

ବେଜିଂ: କିଲର କରୋନା ଭସ୍ମାସୁର ସାଜି ପୁନର୍ବାର ତାର ପ୍ରକୃତ ସ୍ଥାନକୁ ଫେରୁଛି । ରିପୋର୍ଟ ମୁତାବକ ଚୀନରେ କରୋନା ସ୍ଥିତି କରାଳ ରୂପ ନେଉଛି । ଏହାକୁ ଦେଖି ରାଜଧାନୀ ବେଜିଂକୁ ବିମାନ ଚଳାଚଳ ସ୍ଥାନୀୟ ସରକାର ବନ୍ଦ କରିଛନ୍ତି । ୧୦ଟି ଅଂଚଳକୁ ଲକଡାଉନ କରାଯାଇଛି ।

ବେଜିଂର ଏକ ଫୁଡ ମାର୍କେଟରୁ ଏହା ବ୍ୟାପିଥିବାରୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ମାର୍କେଟକୁ ବନ୍ଦ କରାଯିବା ସହ ଏହାର ଆଖପାଖ ଅଂଚଳରେ ଥିବା ସ୍କୁଲ, କଲେଜ ଏବଂ ସରକାରୀ ପ୍ରତିଷ୍ଠାନ ବନ୍ଦ କରାଯାଇଛି । ସୂଚନାଯୋଗ୍ୟ, ଚୀନର ଉହାନରୁ କରୋନା ବ୍ୟାପିବା ପରେ ସାରା ବିଶ୍ୱ ଏବେ ଚୀନ ଉପରେ ଅସନ୍ତୁଷ୍ଟ ରହିଛନ୍ତି ।

Leave A Reply

Your email address will not be published.