Latest Odisha News

BREAKING NEWS

ବଲିଉଡ ଓ ଟେଲି କଳାକାରଙ୍କ ରହସ୍ୟମୟ ମୃତ୍ୟୁ…

ନୂଆଦିଲ୍ଲୀ: ଖାସ୍ କରି ଅଭିନେତା ଓ ଅଭିନେତ୍ରୀମାନେ ନିଜ ଅଭିନୟର ଯାଦୁ ବଳରେ ଦର୍ଶକଙ୍କୁ ଖୁବ୍ ହସାଇ ଓ କନ୍ଦାଇ ମଧ୍ୟ ଥାଆନ୍ତି । ହେଲେ ସେମାନେ ବେଳେବେଳେ ଏମତି କିଛି କରିଯାଆନ୍ତି, ଯାହା ଅବିଶ୍ୱସନୀୟ ହୋଇପଡେ ତାଙ୍କ ଫାନ୍ ମାନଙ୍କ ପାଇଁ ।

ଗତକାଲି ଟେଲି ଜଗତରୁ ଅଭିନୟ ଦୁନିଆରେ ପାଦ ଦେଇ ସଫଳ ହୋଇଥିବା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଦେହାନ୍ତ ଘଟିଛି । ସେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ତାଙ୍କର ଏଭଳି ପଦକ୍ଷେପ ସାରା ବଲିଉଡ କଳାକାରଙ୍କୁ ଏକପ୍ରକାର ଦୋହଲାଇ ଦେଇଥିବା ସୂଚନା ମିଳିଛି ।

ଜାଣନ୍ତୁ, ବି-ଟାଉନର ଆଉ କେଉଁ କଳାକାରଙ୍କ ମୃତ୍ୟୁ ରହସ୍ୟମୟ ଢଙ୍ଗରେ ହୋଇଛି ।

ଗୁରୁ ଦତ୍ତ- ଜଣାଶୁଣା ଭାରତୀୟ ଅଭିନେତା, ନିର୍ମାତା ଏବଂ ନିର୍ଦ୍ଦେଶକ ଗୁରୁ ଦତ୍ତ ଅକ୍ଟୋବର ୧୯୬୪ରେ ମାତ୍ର ୩୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ସେ ପ୍ୟାଶା, କାଗଜ କେ ଫୁଲ, ସାହେବ ବିବି ଅର ଗୁଲାମ ଚଳଚ୍ଚିତ୍ର ପାଇଁ ଜଣାଶୁଣା ଥିଲେ। ଏହି ଅଭିନେତାଙ୍କ ମୃତଦେହ ମୁମ୍ବାଇର ପେଡର୍ ରୋଡରେ ଥିବା ଭଡା ଘରେ ମିଳିଥିଲା। ତାଙ୍କର ବୈବାହିକ ଜୀବନରେ ଅଶାନ୍ତି ତାଙ୍କ ମୃତ୍ୟୁର କାରଣ ବୋଲି ସେସମୟରେ ଗୁଜବ ହେଉଥିଲା । ସେ ପତ୍ନୀ ଗୀତାଙ୍କଠାରୁ ଅଲଗା ହୋଇ ଏକୁଟିଆ ରହୁଥିଲେ ଏବଂ ମଦ ସହ ନିଦ ବଟିକା ଖାଉଥିବାର ଜଣାପଡିଥିଲା ।

ପରବୀନ ବାବି – ୧୯୭୬ ମସିହାରେ ଟାଇମ୍ ମାଗାଜିନର କଭର ପୃଷ୍ଠାରେ ସ୍ଥାନ ପାଇଥିବା ପ୍ରଥମ ବଲିଉଡ ତାରକା ତାଙ୍କ ଘରେ ୨୦୦୫ ମସିହା ଜାନୁୟାରୀ ୨୨ରେ ମୃତଦେହ ଉଦ୍ଧାର କରାଯାଇଥିଲା। ପରବୀନ ୭୦-୮୦ ଦଶକରେ ବଲିଉଡର ଅନେକ ବ୍ଲକବଷ୍ଟର ଫିଲ୍ମରେ ଅଭିନୟ କରିଥିଲେ। ଏହି ଅଭିନେତ୍ରୀ ଜଣକ ମୃତ୍ୟୁ ପୂର୍ବରୁ ବହୁ ବର୍ଷ ଧରି ଏକାକୀ ଜୀବନ ବିତାଉଥିଲେ। ତାଙ୍କ ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ ହୋଇନଥିବା ବେଳେ ସେ ପାରାନୋଇଡ ସ୍କିଜୋଫ୍ରେନିଆରେ ପୀଡିତ ଥିବା ଶୁଣିବାକୁ ମିଳିଥିଲା।

ଦିବ୍ୟା ଭାରତୀ- ୯୦ ଦଶକର ତାରକା ଦିବ୍ୟା ଭାରତୀଙ୍କ ମୃତ୍ୟୁ ଏପର‌୍ୟ୍ୟନ୍ତ ରହସ୍ୟମୟ ହୋଇରହିଛି । ୧୯୯୩ ଏପ୍ରିଲ୍ ୫ରେ ଯେତେବେଳେ ସେ ତାଙ୍କ ମୁମ୍ବାଇ ଆପାର୍ଟମେଣ୍ଟର ବାଲକୋନିରୁ ଖସିପଡିଥିଲେ ସେତେବେଳେ ଦିବ୍ୟାଙ୍କର ବୟସ ୧୯ ବର୍ଷ ଥିଲା। ତେବେ ଏହି ସୁନ୍ଦରୀଙ୍କ ମୃତ୍ୟୁ ଆତ୍ମହତ୍ୟା କି ହତ୍ୟା ଥିଲା ସେନେଇ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ଶ୍ରୀଦେବୀ – ୫ଟି ଫିଲ୍ମଫେୟାର ପୁରସ୍କାର ପ୍ରାପ୍ତ ସୁପରଷ୍ଟାର ଶ୍ରୀଦେବୀଙ୍କର ୨୦୧୮ ମସିହା ଫେବୃଆରୀ ୨୪ରେ ୫୪ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ହୃଦଘାତରେ ହୋଇଥିବା ଖବର ପ୍ରଥମେ ପ୍ରଚାରିତ ହୋଇଥିବା ବେଳେ ପରେ ସେ ଅଚେତ ହୋଇ ବାଥଟବରେ ପଡିବାରୁ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଥିଲା ।

ସିଲ୍କ ସ୍ମିଥା- ବଲିଉଡର ଅନ୍ୟତମ ଚର୍ଚ୍ଚିତ ଅଭିନେତ୍ରୀ ସ୍ଲିକ ସ୍ମିଥା ୧୯୯୬ ମସିହା ସେପ୍ଟେମ୍ବର ୨୩ରେ ଆତ୍ମହତ୍ୟା କରିଥିଲେ । ସେ କମଲ ହାସନ ଏବଂ ଶ୍ରୀଦେବୀ-ଅଭିନୀତ ‘ସଦ୍ମାରେ ଅଭିନୟ କରିଥିଲେ। ତେବେ ତାଙ୍କ ମୃତ୍ୟୁ ମଧ୍ୟ ରହସ୍ୟ ଘେରରେ ରହିଥିଲା ।

ଜିୟା ଖାନ୍- ୨୫ ବର୍ଷୀୟଏହି ଅଭିନେତ୍ରୀ ୩ ଜୁନ୍ ୨୦୧୩ ରେ ମୁମ୍ବାଇରେ ଆତ୍ମହତ୍ୟା କରିଥିଲେ। ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ସେ ଏକ ସୁଇସାଇଟ୍ ନୋଟ୍ ଛାଡିଯାଇଥିଲେ ବୋଲି ତାଙ୍କ ମା ପ୍ରକାଶ କରିଥିଲେ । ତାଙ୍କ ମୃତ୍ୟୁରେ ସୁରଜ ପାଞ୍ଚୋଲିଙ୍କୁ ପୋଲିସ ଗିରଫ କରିଥିଲା ।

ପ୍ରତ୍ୟୁଷା ବାନାର୍ଜୀ- ପ୍ରତ୍ୟୁଷାଙ୍କ ମୃତ୍ୟୁ ଘଟଣା ଟେଲିଭିଜନ ଜଗତକୁ ଚକିତ କରିଦେଇଥିଲା । ୧ ଏପ୍ରିଲ ୨୦୧୬ରେ ପ୍ରତ୍ୟୁଷା ତାଙ୍କ ମୁମ୍ବାଇ ଆପାର୍ଟମେଣ୍ଟରେ ଝୁଲନ୍ତା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଥିଲା ଏବଂ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ମୃତ୍ୟୁର କାରଣ ହେଉଛି ଆସଫିକ୍ସିଆ। ହିନ୍ଦୀ ସିରିଏଲ୍ ‘ବାଳିକା ବଧୁ’ ତାଙ୍କୁ ଲୋକପ୍ରିୟ କରିଥିଲା ।

ମନମୋହନ ଦେଶାଇ- ବଲିଉଡରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କ୍ୟାରିୟର ପଛରେ ଥିବା ବ୍ୟକ୍ତି ତାଙ୍କ ଫ୍ଲାଟର ବାଲକୋନିରୁ ଖସିପଡି ମାର୍ଚ୍ଚ ୧, ୧୯୯୪ରେ ମୃତ୍ୟୁ ବରଣ କରିଥିଲେ। ଏହା ଏକ ଦୁର୍ଘଟଣା କିମ୍ବା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି।

ନାଫିସା ଜୋସେଫ୍- ଅଭିନେତ୍ରୀ ନାଫିସା ଜୋସେଫ ଜୁଲାଇ ୨୯, ୨୦୦୪ ରେ ମୁମ୍ବାଇର ନିଜ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ପିତାମାତାଙ୍କ କହିବା ଅନୁଯାୟୀ, ତାଙ୍କ ବିବାହ ଭାଙ୍ଗି ଯିବାରୁ ଜୋସେଫ ଏଭଳି ପଦକ୍ଷେପ ନେଇଥିଲେ।

ସେଜଲ ଶର୍ମା- ଷ୍ଟାର୍ ପ୍ଲସ୍ ସିରିଏଲ୍ ‘ଦିଲ୍ ତୋ ହାପି ହେ ଜୀରେ ଅଭିନୟ କରିଥିବା ସେଜଲ ଶର୍ମା ଜାନୁଆରୀ ୨୪, ୨୦୨୦ ରେ ମୀରା ରୋଡରେ ଥିବା ତାଙ୍କ ଫ୍ଲାଟରେ ମୃତ୍ୟୁବରଣ କରିଥିଲେ । ସେ ଏକ ସୁଇସାଇଡ୍ ନୋଟ୍ ଛାଡିଯାଇଥିଲେ ବୋଲି ସୂଚନା ମିଳିଛି । ଜାନୁଆରୀ ୨୦୧୯ରେ ଆରମ୍ଭ ହୋଇଥିବା ତାଙ୍କ ଶୋ’ ହଠାତ୍ ଅଗଷ୍ଟରେ ଶେଷ ହୋଇଥିଲା। ତାଙ୍କ ଟେଲିଭିଜନ ଶୋ’ ଶେଷ ହେବା ପରେ ସେଜଲ ଡିପ୍ରେସନରେ ଥିଲେ ଏବଂ ସେ ଅନ୍ୟତ୍ର କାମ ଖୋଜୁଥିଲେ ବୋଲି ତାଙ୍କ ସାଙ୍ଗମାନେ ପରିଚୟ ଗୁପ୍ତ ରଖି ପ୍ରକାଶ କରିଥିଲେ ।

ପ୍ରେକ୍ଷା ମେହେଟ୍ଟା- ମେ ୨୬, ୨୦୨୦ରେ ଟେଲିଭିଜନ ଅଭିନେତା ପ୍ରେକ୍ଷା ମେହେଟ୍ଟା ଇନ୍ଦୋରରେ ଥିବା ତାଙ୍କ ବାସଭବନରେ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସ୍ପଟବଏ ରିପୋର୍ଟ ଅନୁଯାୟୀ କ୍ରାଇମ ପାଟ୍ରୋଲ, ମେରୀ ଦୁର୍ଗା ଏବଂ ଲାଲ ଇଶ୍କ ଭଳି ଶୋରେ ଅଭିନୟ କରିଥିବା ୨୫ ବର୍ଷୀୟ ଅଭିନେତା କାମ ଯୋଗୁଁ ଚାପଗ୍ରସ୍ତ ରହୁଥିଲେ। ସେ ମଧ୍ୟ ଏକ ସୁଇସାଇଡ୍ ନୋଟ୍ ଛାଡିଯାଇଥିବା ବେଳେ ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

କୁଶଲ ପଞ୍ଜାବୀ- ଚଳଚ୍ଚିତ୍ର ଏବଂ ଟେଲିଭିଜନ ଅଭିନେତା କୁଶଲ ଡିସେମ୍ବର ୨୬, ୨୦୧୯ରେ ତାଙ୍କ ମୁମ୍ବାଇ ଆପାର୍ଟମେଣ୍ଟରେ ତାଙ୍କ ମୃତଦେହ ମିଳିଥିଲା। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ସେ ଏକ ନୋଟରେ ଲେଖିଥିଲେ ।

Leave A Reply

Your email address will not be published.