Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଚୀନରେ ପୁଣି ବଢିଲା ସଂକ୍ରମଣ ,୧୦ ସହରରେ ତାଲାବନ୍ଦ

ବେଜିଂ: ଚାଇନାରେ ପୁଣି ସଂକ୍ରମଣ ଭୟ ବଢିବାରେ ଲାଗିଛି । ଆରମ୍ଭ ହୋଇଯାଇଛି ତାଲା ବନ୍ଦ । ୧୦ ସହରରେ ତାଲା ବନ୍ଦ ହୋଇଛି । ୧୦ଟି ସହରରେ ଏବେ ଲକଡାଉନ୍ ଘୋଷଣା ହୋଇଛି । ୫,୨୮୦ ନୂତନ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (NHC) ଅନୁଯାୟୀ, କୋଭିଡ -୧୯ ଆରମ୍ଭରୁ ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ସଂଖ୍ୟକ ମାମଲା । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାୟ ୧୦ ସହର ଏବଂ ଜିଲ୍ଲାରେ ଲକଡାଉନ୍ ଲାଗୁ କରାଯାଇଛି ।

ଚାଇନା ଟେକ୍ ହବ୍ କୁହାଯାଉଥିବା ସେନଞ୍ଜେନରେ ମଧ୍ୟ ଲକଡାଉନ ହୋଇଛି । ଏଠାରେ ୭୫ ଟି ନୂଆ ମାମଲା ଦେଖିବାକୁ ମିଳିଛି । ଏହିପରି ଭାବରେ ପ୍ରାୟ ୧୭ ନିୟୁତ (୧.୭୦କୋଟି) ଲୋକ ନିଜ ଘରେ ବନ୍ଦୀ ଜୀବନ କାଟୁଛନ୍ତି । କରୋନାର ଓମିକ୍ରନ୍ ଭାରିଆଣ୍ଟ ଚାଇନାରେ ବହୁତ ଦ୍ରୁତ ଗତିରେ ବ୍ୟାପିଛି । NHC ତଥ୍ୟ ଅନୁଯାୟୀ, ଏଥର କରୋନାର ସବୁଠାରୁ ଅଧିକ ହିଟ୍ ଜିଲିନ୍ ପ୍ରଦେଶରେ ହୋଇଛି ।

ଚାଇନାର ଅନେକ ସହରରେ ୧,୩୩୭ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିଲା । ଶେନ୍‌ଜେନ୍‌ରୁ କିଙ୍ଗଡାଓ ପର୍ଯ୍ୟନ୍ତ ଲୋକମାନେ ଚୀନ୍‌ର ମଧ୍ୟପ୍ରଦେଶରେ ସଂକ୍ରମିତ ହେଉଛନ୍ତି।

ୟୁରୋପ କିମ୍ବା ଆମେରିକା କିମ୍ବା ହଂକଂ ସହରକୁ ଆସୁଥିବା ସଂକ୍ରମଣ ତୁଳନାରେ ଏହି ସଂଖ୍ୟା ବହୁତ କମ୍ ଅଟେ । ରବିବାର ହଂକଂରେ କରୋନା ଭୂତାଣୁର ୩୨,୦୦୦ ରୋଗ ଚିହ୍ନଟ ହୋଇଥିଲେ ।

Comments are closed.