Latest Odisha News

BREAKING NEWS

ଚୀନରେ କରୋନା ପରେ ‘ହନ୍ତା’ ଭାଇରସ, ଜଣେ ମୃତ

ବେଜିଂ: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି । ଏହାର ଆତଙ୍କ ଥମିବାରେ ନାଁ ନେଉନାହିଁ। କରୋନା ପ୍ରତିରୋଧକ ଲାଗି ବୈଜ୍ଞାନିକମାନେ ଦିନ ରାତି ଏକ କରିଦେଲେଣି କିନ୍ତୁ ଏଯାଏଁ ତାର କୌଣସି ପ୍ରତିଷେଧକ ଟୀକା ବାହାରି ନାହିଁ । ଏହାରି ଭିତରେ ଚୀନରେ ଗୋଟିଏ ବିପଦ ନ ଯାଉଣୁ ଆଉ ଗୋଟିଏ ବିପଦ ଆସିଛି । ସେଠାରେ ଆଉ ଏକ ଭାଇରସ ମୁଣ୍ଡ ଟେକିଛି ।
ଚୀନର ୟୁନାନ ପ୍ରାନ୍ତରେ ନୂଆ ଭାଇରସ ‘ହନ୍ତା’ରେ ସଂକ୍ରମିତ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୀଡିତ ବ୍ୟକ୍ତି ଜଣକ ଟେଷ୍ଟ ପରେ ତାଙ୍କ ରିପୋର୍ଟ ହନ୍ତା ଭାଇରସ ପଜିଟିଭି ଆସିଛି । ଏନେଇ ଗ୍ଲୋବାଲ ଟାଇମ୍ସ ରିପୋର୍ଟରେ ପ୍ରକାଶିତ ତଥ୍ୟରୁ ଜଣାପଡିଛି ।
ସୂଚନା ଅନୁସାରେ, ହନ୍ତା ଭାଇରସରେ ମୃତୁ୍ୟ ବରଣ କରିଥିବା ବ୍ୟକ୍ତି ଜଣକ ବସରେ ଶୋଡଙ୍ଗ ଫେରୁଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ରକ୍ତ ନମୂନା ଓ ସ୍ୱାବ ପରୀକ୍ଷା ହୋଇଥିଲା । ଟେଷ୍ଟ ପରେ ହନ୍ତା ଭାଇରସ ପଜିଟିଭ ଆସିଥିଲା । ଏହାପରେ ତାଙ୍କ ସହ ବସରେ ଯାତ୍ରା କରୁଥିବା ୩୨ ଜଣଙ୍କ ପରୀକ୍ଷା କରାଯାଇଥିଲା । ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।

Leave A Reply

Your email address will not be published.