Latest Odisha News

BREAKING NEWS

ଦେଶବ୍ୟାପୀ ଲକ୍‌-ଡାଉନ୍‌, ବନ୍ଦ ହେବନି ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ୍ !

ନୂଆଦିଲ୍ଲୀ: ସାରା ଦେଶରେ ଲକ୍‌-ଡାଉନ୍ । ହେଲେ ସବୁଦିନ ଭଳି କାର୍ଯ୍ୟକ୍ଷମ ରହିବ ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ୍ ।

ସାରା ଦେଶରେ କରୋନାଭାଇରସ୍ ର ମହାମାରୀ ଦେଖିବାକୁ ମିଳିଛି । ସ୍କୁଲ, କଲେଜଠୁ ଆରମ୍ଭ କରି ଅନେକ ବେସରକାରୀ ଓ ସରକାରୀ ସଂସ୍ଥା ଲକ୍‌-ଡାଉନ୍ ନିର୍ଦ୍ଦେଶକୁ ପାଳନ କରୁଛନ୍ତି ।

ଏପରି ସ୍ଥିତିରେ ବିଏସଇ ର ସିଇଓ ଆଶିଷ କୁମାର ଚୌହାନ୍ ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ୍ ଖୋଲା ରହିବା ନେଇ ଟୁଇଟ୍ ଜରିଆରେ ଘୋଷଣା କରିଛନ୍ତି ।

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନଯାୟୀ ମଧ୍ୟରାତ୍ରୀରୁ ୨୧ ଦିନ ପର୍ଯ୍ୟନ୍ତ ସାରା ଭାରତରେ ଲାଗୁ ହୋଇଛି ଲକ୍‌–ଡାଉନ୍ ପ୍ରୋଟୋକୋଲ୍ । ଏ ପର୍ଯ୍ୟନ୍ତ ସାରା ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ ଟପିଥିଲାବେଳେ ମୃତକଙ୍କ ସଂଖ୍ୟା ୧୦ରେ ପହଂଚିଛି ।

Leave A Reply

Your email address will not be published.