Latest Odisha News

BREAKING NEWS

ଚୀନ ସେନା ମାନିଲା, ଅରୁଣାଚଳ ପ୍ରଦେଶର ୫ ଯୁବକ ସେମାନଙ୍କ ପାଖରେ ଅଛନ୍ତି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୫ଜଣ ଯୁବକଙ୍କୁ ରଖିଥିବା କଥା ଚୀନ ସେନା ମାନିଛି । ମଙ୍ଗଳବାର କେନ୍ଦ୍ରୀୟ ମନ୍ତ୍ରୀ କିରନ ରିଜିଜୁ ଟୁଇଟ ଜରିଆରେ ଏହା ସ୍ପଷ୍ଟ କରିଛନ୍ତି । ନିଖୋଜ ଥିବା ଯୁବକମାନେ ଚୀନ ସୀମା ମଧ୍ୟରେ ପ୍ରବେଶ କରିଥିବାରୁ ସେମାନଙ୍କୁ ଅଟକ ରଖା ଯାଇଥିଲା ବୋଲି ପିଏଲଏ ପକ୍ଷରୁ କୁହାଯାଇଛି । ଖୁବ୍ ଶୀଘ୍ର ଯୁବକମାନଙ୍କୁ ଭାରତ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ରିଜିଜୁ କହିଛନ୍ତି ।

ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ପ୍ରଥମେ ଏହି ଯୁବକମାନଙ୍କ ନିଖୋଜ ଖବର କଥା ଜଣାଇଥିଲେ । ପରେ ସେ ଭାରତ ସରକାରଙ୍କୁ ସେମାନଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ । ଭାରତ ସରକାର ତତ୍ପରତା ଦେଖାଇ ହଟଲାଇନରେ ଚୀନ ସହ ଯୋଗାଯୋଗ କରିଥିଲା ।

Leave A Reply

Your email address will not be published.