Latest Odisha News

BREAKING NEWS

ୟୁଏସ ଓପନ ନକଆଉଟ ପର୍ଯ୍ୟାୟରେ ପ୍ରଥମ ଥର ପାଇଁ ପ୍ରବେଶ କଲେ ୩ ମାଆ

ନ୍ୟୁୟର୍କ: ଗ୍ରାଣ୍ଡସ୍ଲାମ ଟେନିସ ଇତିହାସରେ ଆଜି ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି । ପ୍ରଥମ ଥର ପାଇଁ ୟୁଏସ ଓପନ ମହିଳା ସିଙ୍ଗଲ୍ସ ନକଆଉଟ ପର୍ଯ୍ୟାୟରେ ୩ଜଣ ମାଆ ପ୍ରବେଶ କରିଛନ୍ତି । ସେମାନେ ହେଲେ ଆମେରିକାର ସେରେନା ୱିଲିୟମ୍ସ, ବେଲାରୁଷର ଭିକ୍ଟୋରିଆ ଆଜରେଙ୍କା ଓ ବୁଲଗେରିଆର ଶ୍ୱେତନା ପିରୋଙ୍କଭା ।

ପ୍ରି-କ୍ୱାର୍ଟର ମୁକାବିଲାରେ ସେରେନା ୬-୩, ୬-୭(୬) ଓ ୬-୩ ସେଟରେ ଗ୍ରୀସର ମାରିଆ ସାକାରିଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚକୁ ତାଙ୍କ ଝିଅ ଅଲିମ୍ପିଆ ଉପଭୋଗ କରୁଥିଲେ । ୩୮ ବର୍ଷୀୟା ସେରେନା ୧୨ ଥର ପାଇଁ ସମ୍ମାନଜନକ ଟୁର୍ଣ୍ଣାମେଂଟର କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ସେହିପରି ଶ୍ୱେତନା ମାଆ ହେବାର ୩ ବର୍ଷ ପରେ ଟେନିସ କୋର୍ଟକୁ ଫେରିଛନ୍ତି ।

Leave A Reply

Your email address will not be published.