ନୂଆଦିଲ୍ଲୀ: ଚୀନ୍ ବିଶ୍ୱର ବୃହତ୍ତମ ଡ୍ୟାମ ନିର୍ମାଣ କରିବାକୁ ଯାଉଛି। ଯେଉଁ ଡ୍ୟାମ ଭାରତ ସୀମା ନିକଟ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ହେବ ବୋଲି କୁହାଯାଉଛି।
ଚୀନ୍ ଏହି ପ୍ରକଳ୍ପକୁ ‘ସବୁଠାରୁ ବଡ ପ୍ରକଳ୍ପ’ ବୋଲି ବିବେଚନା କରିଛି। ଏହାକୁ ସମ୍ପୂର୍ଣ୍ଣ କରିବାକୁ ୧୩୭ ବିଲିୟନ ଡଲାର ଖର୍ଚ୍ଚ ହେବ। ଏହା ଭାରତୀୟ ସୀମା ନିକଟ ତିବ୍ଦତରେ ନିର୍ମାଣ ହେବ, ଯାହା ଫଳରେ ଉଭୟ ଭାରତ ଏବଂ ବାଂଲାଦେଶ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ।
ଚୀନର ଗଣମାଧ୍ୟମ ଅନୁଯାୟୀ ବ୍ରହ୍ମପୁତ୍ର ଉପରେ ନିର୍ମିତ ହେବାକୁ ଥିବା ହାଇଡ୍ରୋ ପାୱାର୍ ପ୍ରକଳ୍ପକୁ ତଳିଆ ଅଞ୍ଚଳରେ ସବୁଜ ସଙ୍କେତ ମିଳିଥିବା ଜଣାପଡିଛି।
ତେବେ ଡ୍ରାଗନର ଏହି ଡ୍ୟାମ୍ ଏବେ ଭାରତ-ବାଂଲାଦେଶର ପାଇଁ ପାଲଟିଛି ଚିନ୍ତାର କାରଣ । ତେବେ ଏହା ବାର୍ଷିକ ୩୦୦ ବିଲିୟନ୍ କିଲୋଓ୍ବାଟ ପ୍ରତି ଘଣ୍ଟା ବିଜୁଳି ଉତ୍ପାଦନ କରିବାର କ୍ଷମତା ରହିଛି।ଏହା ଚୀନକୁ ତିବ୍ଦତର ପୂର୍ବତନ ଅଂଶକୁ ଯୋଡିବା ନେଇ ମହତ୍ବକାଂକ୍ଷୀ ଯୋଜନାର ଅଂଶ ରହିଛି।
ବ୍ରହ୍ମପୁତ୍ର ନଦୀ ତିବ୍ଦତରୁ ବାହାରି ଦକ୍ଷିଣରେ ଭାରତର ଅରୁଣାଚଳ ପ୍ରଦେଶ ଓ ଆସାମରେ ବୋହୁଛି। ଶେଷରେ ବାଂଲାଦେଶ ବାଟ ଦେଇ ବଙ୍ଗୋପ ସାଗରରେ ପହଁଞ୍ଚିଥାଏ। ଏହି ଡ୍ୟାମ୍ ଦ୍ବାରା ଭାରତ-ବାଂଲାଦେଶରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇପାରନ୍ତି।
Comments are closed.