Latest Odisha News

BREAKING NEWS

ଦ୍ରୁତ ବେଗରେ ପରମାଣୁର ଅସ୍ତ୍ର ବୃଦ୍ଧି କରୁଛି ଚୀନ, ଚିନ୍ତାରେ ଦୁନିଆ

ବେଜିଂ: ଚୀନ ଏବେ ଦ୍ରୁତ ବେଗରେ ତାର ପରମାଣୁ ଅସ୍ତ୍ର ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି । ଯାହାକୁ ନେଇ ପଡୋଶୀ ଦେଶ ସମେତ ଅନ୍ୟମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ଷ୍ଟକହୋମ ଇଂଟରନ୍ୟାଶନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି । ବର୍ଷକ ମଧ୍ୟରେ ଚୀନ ୯୦ ପରମାଣୁ ବୋମା ପ୍ରସ୍ତୁତ କରିଛି । ଏବେ ଚୀନ ନିକଟରେ ୫୦୦ ପରମାଣୁ ବୋମା ରହିଛି । ପୃଥିବୀର ଏବେ ବିଭିନ୍ନ ସ୍ଥାନରେ ୨୧୦୦ ପରମାଣୁ ଅସ୍ତ୍ର ବହନ କରିପାରୁଥିବା ବାଲେଷ୍ଟିକ ମିସାଇଲ ନିୟୋଜିତ ହୋଇଛି । ଯାହାକି ଏକ ଚିନ୍ତାର କାରଣ ବୋଲି ବିବେଚନା କରାଯାଉଛି ।

ଶୀତ ଯୁଦ୍ଧ ପରେ ପରମାଣୁ ଅସ୍ତ୍ର ନିର୍ମାଣ ପ୍ରତିଦ୍ୱନ୍ଦ୍ୱୀତା ଧୀମା ପଡି ଯାଇଥିଲା । ଏବେ ଏହା ଦ୍ରୁତ ବେଗରେ ବୃଦ୍ଧି ପାଉଛି । ଏବେ ବି ଆମେରିକା ପରମାଣୁ ବୋମା ପ୍ରସ୍ତୁତ କରିବାରେ ସବୁଠାରେ ଆଗରେ ରହିଛି । ୨୦୨୪ ବେଳକୁ ଆମେରିକା ନିକଟରେ ୫୦୪୪ ଓ ରୁଷ ପାଖରେ ୫୫୮୦ ପରମାଣୁ ବୋମା ରହିଛି । ରୁଷ-ୟୁକ୍ରେନ ଯୁଦ୍ଧ ପରେ ପରମାଣୁ ଅସ୍ତ୍ର ନିର୍ମାଣ ବଢ଼ିବାରେ ଲାଗିଛି । ଏବେଠାରୁ ସମସ୍ତ ଦେଶ ସତର୍କ ନ ହେଲେ ଆମେ ଏକ ବିପଦକୁ ଆମନ୍ତ୍ରଣ କରିବା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.