Latest Odisha News

BREAKING NEWS

ଚୀନରେ ମିଳିଲା ୬୩୦ ଫୁଟ ଗଭୀର ଗାତ

ବେଜିଂ: ଚୀନରେ ୬୩୦ଫୁଟ ଗଭୀର ଏକ ଗାତ ଭୂ-ବିଜ୍ଞାନୀମାନେ ଖୋଜି ବାହାର କରିଛନ୍ତି । ହୁୱେଇ ଅଂଚଳରେ ଏହାକୁ ଠାବ କରାଯାଇଛି । ଏହି ଗାତ ମଧ୍ୟରେ ଏକ ଜଙ୍ଗଲ ରହିଛି କହିଲେ ଭୁଲ ହେବନି । ଏହା ମଧ୍ୟକୁ ପ୍ରବେଶ କରିବା ପାଇଁ ୩ଟି ଗୁମ୍ଫା ବାଟ ଦେଇ ରାସ୍ତା ରହିଛି । ଗର୍ତର ଲମ୍ବ ୧୦୦୪ ଫୁଟ ଓ ଓସାର ୪୯୨ ଫୁଟ ରହିଛି । ଏହା ଏତେ ବଡ ଗର୍ତ ଯେ,୧୩୧ ଫୁଟର ଲମ୍ବ ଗଛ ମଧ୍ୟ ଏହା ମଧ୍ୟରେ ରହିପାରୁଛି । ଚୀନର ଏହି ଆବଷ୍କାରକୁ ଆମେରିକାର ନ୍ୟାଶନାଲ କେଭ ଆଣ୍ଡ କାର୍ଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଡାଇରେକ୍ଟର ଜର୍ଜ ବେନୀ ପ୍ରଶଂସା କରିଛନ୍ତି । ଏ ଭଳି ଗର୍ତ ସବୁ ଆଗ୍ନେୟ ଉଦଗୀରଣ ଏବଂ ଜୋରରେ ପବନ ଯୋଗୁ ସୃଷ୍ଟି ହୋଇଥାଏ ।

ତରଳ ଏସିଡ ଯୋଗୁ ଏ ଭଳି ଗର୍ତ ସୃଷ୍ଟି ହୋଇଥାଏ ଏବଂ ଏହା ଧିରେ ଧିରେ ବଡ ହେବାରେ ଲାଗିଥାଏ । ଚୀନରେ ଏହି ଗର୍ତକୁ ପୂଜା କରାଯାଇଥାଏ । ଭଗବାନ ଏହି ଗର୍ତ ସୃଷ୍ଟି କରିଛନ୍ତି ବୋଲି ସେମାନଙ୍କ ବିଶ୍ୱାସ ରହିଛି । ୟୁନେସ୍କୋ ଏହାକୁ ୱାର୍ଲ୍ଡ ହେରିଟେଜ ସାଇଟର ମାନ୍ୟତା ପ୍ରଦାନ କରିଛି । ଏହି ଗର୍ତ ମଧ୍ୟ ଦେଇ ପ୍ରବେଶ କରି ବୈଜ୍ଞାନିକମାନେ ଅଧିକ ତଦନ୍ତ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.