Latest Odisha News

BREAKING NEWS

ମନ୍ତ୍ରୀ ଟୁକୁନି ସାହୁଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ

ଟିଟିଲାଗଡ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ । ଟିିଟିଲାଗଡର ଅଧ୍ୟକ୍ଷ ତଥା ବିଜେପି ନେତ୍ରୀ ମମତା ଦେବୀ ଜୈନ ଆଣିଛନ୍ତି ଏପରି ଅଭିଯୋଗ ।

ଶୁକ୍ରବାର ଟିଟିଲାଗଡ଼ ପୌର ପରିଷଦ ବୈଠକ ବସିଥିଲା । ଏଥିରେ ଟିଟିଲାଗଡର ଅଧ୍ୟକ୍ଷା ମମତା ଦେବୀ ଜୈନ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ଦୁଇ ଦଳର ନେତା ମୁହାଁମୁହିଁ ହୋଇଥିଲେ। ବିଜେପି ନେତ୍ରୀ ତଥା ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି, ଟିଟିଲାଗଡ଼ ପୌର ପରିଷଦର ବୈଠକ ଚାଲିଥିବା ବେଳେ ବିଭିନ୍ନ ଯୋଜନାକୁ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ହଠାତ୍ ମନ୍ତ୍ରୀ ଟୁୁକୁନି ସାହୁ ତାଙ୍କ ହାତରୁ ମାଇକ ଛଡ଼ାଇ ନେଇ ତାଙ୍କୁ ଦୁର୍ବ୍ୟବହାର କରିଥିଲେ।

ପରିସ୍ଥିତି ଏପରି ହୋଇଥିଲା ଯେ, ସଭାସ୍ଥଳରୁ ଅଧ୍ୟକ୍ଷା କାନ୍ଦି କାନ୍ଦି ବାହାରକୁ ଆସିଥିଲେ । ଅଧ୍ୟକ୍ଷା ଜୈନ ଆହୁରି ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ତାଙ୍କୁ ଚେତାବନୀ ଦେଇଛନ୍ତି ଯେ ତାଙ୍କର କୌଣସି ଅଧିକାର ନାହିଁ ବରଂ ମ୍ୟୁନିସିପାଲିଟି ତାଙ୍କ (ମନ୍ତ୍ରୀଙ୍କ) ଇଚ୍ଛା ଅନୁଯାୟୀ ଚାଲିବ।

ସେ କହିଛନ୍ତି, ବିଜେପିର ନେତା ହୋଇଥିବାରୁ ମନ୍ତ୍ରୀ ତାଙ୍କ ସହ ଦୁର୍ବ୍ୟବହାର କରିଛନ୍ତି । ଏହି ସଭାରେ ବିଜେପି ଓ ବିଜୁ ଜନତା ଦଳର ଦୁଇ ଜଣ ଓ୍ୱାର୍ଡ ମେମ୍ବର ପରସ୍ପରକୁ ଗାଳିଗୁଲଜ କରିିଥିବା ସୂଚନା ମିଳିଛି।

ତେବେ ଯେଉଁ ଅଭିଯୋଗ ଆସିଛି ଏହାକୁ ନେଇ ପ୍ରତିକ୍ରିୟା ରଖିନାହାନ୍ତି ମନ୍ତ୍ରୀ ଟୁକୁନି ସାହୁ । ଅନ୍ୟପଟେ ବିଜେଡି ନେତା ତଥା ଟିଟିଲାଗଡ଼ ପୌରପରିଷଦର ଉପାଧ୍ୟକ୍ଷ ପୁଷ୍ପା ମଞ୍ଜରୀ ଅଧ୍ୟକ୍ଷାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ବୈଠକରେ ସେ ମଧ୍ୟ ଉପସ୍ଥିତ ଥିଲେ । ହେଲେ ଅଧ୍ୟକ୍ଷାଙ୍କୁ ମନ୍ତ୍ରୀ ଦୁର୍ବ୍ୟବହାର କରୁଥିବାର ଦେଖିନାହାନ୍ତି ବୋଲି  କହିଛନ୍ତି।

Leave A Reply

Your email address will not be published.