Latest Odisha News

BREAKING NEWS

ଚୀନରେ କୋଭିଡ୍ ସଂକ୍ରମଣର ନୂଆ ରେକର୍ଡ, ତେଜିଲା ‘ଜିରୋ-କୋଭିଡ୍’ ପଲିସି ଦାବି  

ବେଜିଂ: ଚୀନରେ କରୋନା ଭାଇରସ୍ ପୁଣି ସକ୍ରିୟ ହୋଇଛି । ସଂକ୍ରମଣ ଥମିବାର ନାଁ ଧରୁନି । ଗତକାଲି ପ୍ରାୟ ୪୦ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୪ଦିନ ମଧ୍ୟରେ ଏହା ସର୍ବାଧିକ । ସଂକ୍ରମିତଙ୍କ ମଧ୍ୟରୁ ୩,୭୦୯ଜଣ ଲକ୍ଷଣଯୁକ୍ତ ଓ ୩୬,୦୮୨ ଲକ୍ଷଣବିହୀନ ସଂକ୍ରମିତ। ଗତ ୨୪ଘଣ୍ଟା ମଧ୍ୟରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ତଥାପି ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ଚୀନ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ବ୍ୟକ୍ତ କରିଛି ।

କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରୁ ଚୀନରେ କିଛି ଦିନରୁ ଲକଡାଉନ ଆରମ୍ଭ ହୋଇଛି । ୨ଦିନ ତଳେ ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ବାହାରକୁ ଯିବାକୁ ଦିଆଯାଇନଥିଲା । ଫଳରେ ନିଆଁରେ ପୋଡ଼ି ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ କେନ୍ଦ୍ର କରି ଚୀନର ଶିନଜିଆଙ୍ଗ କ୍ଷେତ୍ରରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ ହୋଇଛି । ତେଣୁ ଚୀନର ଲୋକେ ଜିରୋ କୋଭିଡ୍ ପଲିସି ଆଣିବାକୁ ଜି ଜିନପିଙ୍ଗ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Leave A Reply

Your email address will not be published.