Latest Odisha News

BREAKING NEWS

ସ୍କୁଲ ଯିବାରେ ବାଧକ ଲିଟିଜୋର୍ ନାଳ: ପୋଲ ନିର୍ମାଣ ପାଇଁ କୁନି ଶିଶୁଙ୍କ ନିବେଦନ

ଭବାନୀପାଟଣା: ସ୍କୁଲ ଯିବା ପାଇଁ ବାଟରେ ବାଧକ ସାଜିଛି ନାଳ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଦେରଗୁଡା ଗାଁରେ ଶିଶୁମାନଙ୍କୁ ସ୍କୁଲ ଯିବାକୁ ଲିଟିଜୋର୍ ନାଳ ପାର ହେବାକୁ ପଡେ । ଏବେ ଏହି ନାଳରେ ପାଣି କମ୍ ଥିଲେ ବି ବର୍ଷା ଦିନରେ ନାଳରେ ପାଣି ଭରିଯାଏ । ସେସମୟରେ ଶିଶୁମାନଙ୍କୁ ସ୍କୁଲ ଯିବାରେ ସମସ୍ୟା ହୁଏ । ବର୍ଷର ପ୍ରାୟ ୮ ମାସ ପାଣି ଅଧିକ ରହୁଥିବା ସମୟରେ ପାଠପଢାରେ ଡୋରି ଲାଗେ ।

ଗାଁରେ ବିଦ୍ୟାଳୟ ନଥିବାରୁ ପୋଇଗୁଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ପଡିଥାଏ। ହେଲେ ଏହି ଲିଟିଜୋର୍ ନାଳ ସେମାନଙ୍କ ବାଟ ଓଗାଳେ । ଗାଁର ପ୍ରାୟ ୧୫ ଜଣ ଶିଶୁ ପୋଇଗୁଡା ପ୍ରାଥମିକ ବିଦ୍ୟାଳୟରେ ପଢୁଛନ୍ତି। ନାଳ ଉପରେ ପୋଲ ଥିଲେ ସେମାନେ ଆରାମରେ ସ୍କୁଲକୁ ଯାଇପାରନ୍ତେ ବୋଲି କହିଛନ୍ତି ।

Leave A Reply

Your email address will not be published.