Latest Odisha News

ଡବ୍ଲ୍ୟୁଏଚଓକୁ ଆର୍ଥୀକ ସହାୟତା ବଢ଼ାଇଲା ଚୀନ

ବେଜିଂ: କରୋନା ଭାଇରସ ନେଇ ଡବ୍ଲ୍ୟୁଏଚଓ ବିଶ୍ୱ ସମୁଦାୟ ନିକଟରେ ଠିକ୍ ତଥ୍ୟ ଯୋଗାଇ ନ ଥିଲା ବୋଲି ଆମେରିକା ଅଭିଯୋଗ ଆଣିବା ପରେ ଆର୍ଥୀକ ସହାୟତା ମଧ୍ୟ ବନ୍ଦ କରିଦେଇଛି । ଏହାର ଫାଇଦା ଉଠାଇ ଚୀନ ଡବ୍ଲ୍ୟୁଏଚଓକୁ ମୋଟା ଅଙ୍କର ଆର୍ଥୀକ ସହାୟତା ଯୋଗାଇଛି । ପ୍ରଥମେ ୨ କୋଟି ଏବେ ୩ କୋଟି ଡଲାର ଯୋଗାଇଛି ।

କରୋନା ମହାମାରୀ ମୁକାବିଲା ପାଇଁ ଡବ୍ଲ୍ୟୁଏଚଓକୁ ସହାୟତା କରିବା ଆବଶ୍ୟକ ବୋଲି ଚୀନ କହିଛି । ଫଣ୍ଡ ରୋକିବା ନେଇ ଆମେରିକା ନେଇଥିବା ନିଷ୍ପତିର ପୁର୍ନବିଚାର କରୁ । ଚୀନ ଏହି ସାହାଯ୍ୟ ଆଳରେ ବିଶ୍ୱ ସମୁଦାୟର ହରାଇଥିବା ବିଶ୍ୱାସ ହାସଲ କରିବା ଲକ୍ଷ୍ୟରେ ରହିଛି । ଆମେରିକା ପ୍ରତିବର୍ଷ ୫୦୦ ମିଲିୟନ ଡଲାର ଡବ୍ଲ୍ୟୁଏଚଓକୁ ଯୋଗାଇଥାଏ ।

Comments are closed.