ନୂଆଦିଲ୍ଲୀ: ପୁଣି ଟେକନୋଲୋଜିରେ ନିଜର ପାରିଦର୍ଶିତା ଦେଖାଇଛି ଚୀନ । ବିଶ୍ବକୁ ଭେଟି ଦେଇଛି ସବୁଠାରୁ ଦ୍ରୁତତମ ହାଇ-ସ୍ପିଡ୍ ଟ୍ରେନ୍ ପ୍ରୋଟୋଟାଇପ୍ । ସବୁବେଳେ ନିଜର ଟେକନୋଲୋଜି ଏବଂ ନୂଆ ନୂଆ ଚାଇନା ସୂକ୍ଷ୍ମ ମଡେଲ ସହ ଚର୍ଚ୍ଚାରେ ରହିଥିବା ଚିନ୍ ଏବେ ବିଶ୍ବର ହାଇସ୍ପିଡ୍ ଟ୍ରେନ୍ ବାହାର କରିଥିବା ଦାବି କରିଛି ।
ରବିବାର ଚୀନ୍ ଏହାର ହାଇ-ସ୍ପିଡ୍ ବୁଲେଟ୍ ଟ୍ରେନର ଏକ ଅଦ୍ୟତମ ମଡେଲ୍ ଉନ୍ମୋଚନ କରିଛି । ଯାହା ଘଣ୍ଟା ପ୍ରତି ୪୫୦ କିଲୋମିଟର ବେଗରେ ଦୌଡିବ । ତେଣୁ ଏହାକୁ ବିଶ୍ୱର ସବୁଠାରୁ ଦ୍ରୁତତମ ହାଇ-ସ୍ପିଡ୍ ଟ୍ରେନ ବୋଲି ଦାବି କରିଛି ଚୀନ୍ । ଯାହାର ନାଁ ପ୍ରୋଟୋଟାଇପ୍ ରଖାଯାଇଛି ।
ଚାଇନା ଷ୍ଟେଟ୍ ରେଲୱେ ଗ୍ରୁପ୍ କୋ ବା ଚାଇନା ରେଲୱେ ବିଭାଗ ତଥ୍ୟ ଅନୁଯାୟୀ, CR450 ପ୍ରୋଟୋଟାଇପ୍ ଭାବରେ ଜଣାଶୁଣା ଏହି ନୂତନ ମଡେଲ୍ ଯାତ୍ରା ସମୟକୁ ଆହୁରି କମ କରିବା ଏବଂ ସୁଗମ କରିବ । CR450 ପ୍ରୋଟୋଟାଇପ୍ ଟ୍ରେନ୍ ପ୍ରତି ଘଣ୍ଟାରେ ୪୫୦ କିଲୋମିଟର ବେଗରେ ଗତି କରିପାରୁଥିବା ପରୀକ୍ଷଣ କରାଯାଇଛି । ଯାହାର କାର୍ଯ୍ୟକ୍ଷମ ଗତି, ଶକ୍ତି ବ୍ୟବହାର, ଆଭ୍ୟନ୍ତରୀଣ ଶବ୍ଦ ଏବଂ ବ୍ରେକିଂ ଦୂରତା ଏକ ନୂତନ ଅନ୍ତର୍ଜାତୀୟ ମାନଦଣ୍ଡ ସ୍ଥାପନା କରିଛି ।
ତେବେ ଏହା ବର୍ତ୍ତମାନ ସେବା ଯୋଗାଉଥିବା CR400 ଫକ୍ସିଂ ହାଇ-ସ୍ପିଡ୍ ଟ୍ରେନ୍ ଅପେକ୍ଷା ଯଥେଷ୍ଟ ଦ୍ରୁତଗାମୀ ରହିବ । ଯାହାର ବେଗ ବର୍ତ୍ତମାନ ୩୫୦ କିଲୋମିଟର ପ୍ରତି ଘଣ୍ଟା ରହିଛି ।
Comments are closed.