Latest Odisha News

BREAKING NEWS

ବିଶ୍ୱର ସର୍ବୋଚ୍ଚ ବ୍ରିଜ୍ ତିଆରି କରିଛି ଏହି ଦେଶ….୧ ମିନିଟରେ ସରିବ ଘଣ୍ଟାଏ ଯାତ୍ରା

ନୂଆଦିଲ୍ଲୀ: ଖୁବଶୀଘ୍ର ଉଦଘାଟନ ହେବାକୁ ଯାଉଛି ବିଶ୍ବର ସର୍ବୋଚ୍ଚ ସେତୁ । ଯାହା ଗୋଟେ ଘଣ୍ଟାର ଯାତ୍ରାର ସମୟକୁ ହ୍ରାସ କରି ମାତ୍ର ମିନିଟରେ ପହଞ୍ଚାଇବ । ଏଭଳି ସେବା ଆରମ୍ଭ କରିବାକୁ ଯାଉଛି ଚୀନ । ଦି ମେଟ୍ରୋ ଅନୁଯାୟୀ, ଚୀନ୍ ଜୁନ୍ ମାସରେ, ଏହାର ହୁଆଜିଆଙ୍ଗ ଗ୍ରାଣ୍ଡ କାନିୟନ୍ ବ୍ରିଜ୍ ଖୋଲିବାକୁ ଯାଉଛି । ୨ ମାଇଲ୍ ଲମ୍ବ ଏହି ବ୍ରିଜ୍, ଯାତ୍ରା ସମୟକୁ ୧ ଘଣ୍ଟାରୁ ମାତ୍ର ୧ ମିନିଟରେ ପରିବର୍ତ୍ତନ କରିବ । ୨୨୦୦ କୋଟି ଟଙ୍କା ମୂଲ୍ୟର ନିର୍ମାଣ ହୋଇଥିବା ଏହି ସେତୁ, ଆଇଫେଲ୍ ଟାୱାର ଅପେକ୍ଷା ୨୦୦ ମିଟର ଉଚ୍ଚ ଏବଂ ତିନି ଗୁଣ ଅଧିକ ଓଜନର । ଯାହାର ଦେଶର ପ୍ରଭାବଶାଳୀ ଇଞ୍ଜିନିୟରିଂକୁ ପ୍ରଦର୍ଶନ କରୁଛି ।

ତେବେ ଚୀନର ହୁଆଜିଆଙ୍ଗ ଗ୍ରାଣ୍ଡ କାନିୟନ୍ ବ୍ରିଜ୍ ଚଳିତ ବର୍ଷ ଖୋଲିବାକୁ ଯାଉଛି । ଯାହା ୨୦୫୦ ଫୁଟ ଉଚ୍ଚତା ବିଶିଷ୍ଟ ବିଶ୍ୱର ସବୁଠାରୁ ଉଚ୍ଚ ସେତୁ ହେବ । ସେତୁର ସାମ୍ପ୍ରତିକ ଫୁଟେଜ୍ ସାମ୍ନାକୁ ଆସିଥିବା ବେଳେ ଏଥିରେ ଏହା ଶେଷ ସ୍ପର୍ଶ ନେଉଥିବା ଦେଖାଯାଉଛି । ଏହାର ଷ୍ଟିଲ୍ ଟ୍ରସ୍‌ଗୁଡ଼ିକର ଓଜନ ପ୍ରାୟ ୨୨ ହଜାର ମେଟ୍ରିକ୍ ଟନ୍ । ଯାହା ତିନୋଟି ଆଇଫେଲ୍ ଟାୱାରର ସମକକ୍ଷ । ଚୀନ କିନ୍ତୁ ମାତ୍ର ଦୁଇ ମାସରେ ଏହାକୁୀ ସ୍ଥାପିତ କରିଛି । ଏହା ମୁଖ୍ୟ ଆକର୍ଷଣ ହେଲା, ସେତୁଟି ଅଧିକ ପ୍ରଭାବଶାଳୀ କାରଣ ଏହା ତଳ ମୁଖ୍ୟ ଘାଟି ଉପରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଝୁଲି ରହିଛି ।

ଯାହା ଆସନ୍ତା ଜୁନରେ ଉଦଘାଟନ ହେବ । ଏହାକୁ ନେଇ ଚୀନ୍ ରାଜନେତା ଝାଙ୍ଗ ଶେଙ୍ଗଲିନ୍ କହିଛନ୍ତି, ପୃଥିବୀର ଫାଟ ଉପରେ ବିସ୍ତାରିତ ଏହି ସୁପର ପ୍ରୋଜେକ୍ଟ ଚୀନ୍‌ର ଇଞ୍ଜିନିୟରିଂ କ୍ଷମତାକୁ ପ୍ରଦର୍ଶନ କରିବ ଏବଂ ଗୁଇଝୋଉର ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳ ହେବାର ଲକ୍ଷ୍ୟକୁ ବୃଦ୍ଧି କରିବ ।

ତେବେ କହିରଖୁଛୁ, ବିଶ୍ୱର ୧୦୦ଟି ଉଚ୍ଚ ସେତୁ ମଧ୍ୟରୁ ପ୍ରାୟ ଅଧା ଚୀନରେ ହିଁ ଅବସ୍ଥିତ । ଯାହା ଚୀନର ସେତୁ ନିର୍ମାଣ ଦକ୍ଷତା ସ୍ପଷ୍ଟ କରୁଛି । ବର୍ତ୍ତମାନ ୨୦୧୬ରେ ବେଇପାଞ୍ଜିଆଙ୍ଗରେ ନିର୍ମିତ ବ୍ରିଜ୍ ଚୀନର ସର୍ବୋଚ୍ଚ ସେତୁ । ଯାହା ପ୍ରଭାବଶାଳୀ ୧୮୫୪ ଫୁଟ ଉଚ୍ଚତାରେ ଠିଆ ହୋଇଛି । ତେବେ ଏହା ହୁଆଜିଆଙ୍ଗ ଗ୍ରାଣ୍ଡ କାନିୟନ୍ ବ୍ରିଜ୍ ଖୋଲିବା ପରେ ଦ୍ବିତୀୟ ସର୍ବୋଚ୍ଚ ବ୍ରିଜ୍ ହେବ ।

Comments are closed.