ବେଜିଂ: ଚାଇନାର ଉହାନରେ ମହାମାରୀ କରୋନାର ଉତ୍ପତ୍ତିକୁ ଅନେକ ମାସ ବିତିଗଲାଣି କିନ୍ତୁ ଏହା କିପରି ଆରମ୍ଭ ହେଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଅନୁସନ୍ଧାନକାରୀ ଗୋଷ୍ଠୀ କରୋନାଭାଇରସ୍ ର ଉତ୍ପତ୍ତି ବିଷୟରେ ଜାଣିବାକୁ ପ୍ରୟାସ କରୁଥିବା ବେଳେ ବର୍ତ୍ତମାନ ଏକ ଚାଞ୍ଚଲ୍ୟକର ତଥ୍ୟର ଖୁଲାସା ହୋଇଛି। ଏଥିରୁ ଜଣାପଡିଛି ଯେ ମେ ୨୦୧୯ ରେ ଚାଇନାରେ କରୋନା ମହାମାରୀ ଆରମ୍ଭ ହୋଇଥାଇପାରେ।
ଅଷ୍ଟ୍ରେଲୀୟ ସାଇବର ସିକ୍ୟୁରିଟି ଫାର୍ମ ଦ୍ବାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଚାଇନାର ଉହାନ ସହର ଯାହା ପ୍ରଥମେ କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ଭାବେ ଘୋଷିତ ହୋଇଥିଲା। ମହାମାରୀ ବିଷୟରେ ରିପୋର୍ଟ ଦେବାର ୬ ମାସ ପୂର୍ବରୁ ଚାଇନା ବିପୁଳ ପରିମାଣର ଲକ୍ଷ ଲକ୍ଷ ମୂଲ୍ୟର ପିସିଆର ଟେଷ୍ଟ କିଟ କିଣିଥିଲା। ଲୋକଙ୍କ ଟେଷ୍ଟିଂ ପାଇଁ ଏଗୁଡ଼ିକ କିଣା ଯାଇଥାଇ ପାରେ ବୋଲି କୁହାଯାଉଛି।
ଏକ ନୂତନ କରୋନାଭାଇରସର ଉତ୍ପତ୍ତି ବିଷୟରେ ଚୀନ୍ ଆନୁଷ୍ଠାନିକ ଭାବରେ ଆନ୍ତର୍ଜାତୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାର କିଛି ମାସ ପୂର୍ବରୁ ଏହି ସବୁ ଘଟିଥିଲା।
Comments are closed.