ନୂଆଦିଲ୍ଲୀ: ଚାଇନିଜ୍ ଷ୍ଟାର୍ଟଅପ୍ ଡିପସିକର ଏଆଇ ମଡେଲ୍ ଏବେକା ସମୟରେ ଖୁବ୍ ଚର୍ଚ୍ଚାରେ। ଏହି ମଡେଲଟି ଆମେରିକୀୟ କମ୍ପାନୀଗୁଡ଼ିକ ଦ୍ୱାରା ନିର୍ମିତ ମହଙ୍ଗା ମଡେଲଗୁଡ଼ିକୁ ମଧ୍ଯ ପଛରେ ପକାଇ ଦେଇଛି।
ନିକଟରେ ଅରୁଣାଚଳ ପ୍ରଦେଶ ସହ ଜଡିତ ଏକ ପ୍ରଶ୍ନ ଡିପସିକକୁ ପଚରା ଯାଇଥିଲା। ଯାହାର ଉତ୍ତର ଡିପସିକର ଏଆଇ ମଡେଲ ପାଖରେ ନଥିବା କହିଛି।
ଜଣେ ୟୁଜର ସୋସିଆଲ ମିଡିଆରେ ଏହାର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି। ଏଥିରେ ଦେଖାଯାଉଛି ଯେ ଯେତେବେଳେ ୟୁଜର୍ସ ଡିପସିକର ଏଆଇ ମଡେଲକୁ କହିଥିଲେ ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ରାଜ୍ୟ। ପ୍ରତିବଦଳରେ ଡିପସିକ ଉତ୍ତର ଦେଇଥିଲା, ‘କ୍ଷମା କରିବେ, ଏହା ମୋ ପରିସୀମା ବାହାରେ।’ ଆଉ କିଛି ବିଷୟରେ କଥା ହେବା।
ସେହିପରି ଭାରତର ଉତ୍ତର-ପୂର୍ବରେ ଅବସ୍ଥିତ ରାଜ୍ୟଗୁଡ଼ିକର ନାମ ବିଷୟରେ ପଚରାଯିବାରୁ ସମାନ ଉତ୍ତର ଦେଇଥିଲା ଡିପସିକ। ଅନେକ ୟୁଜର୍ସ କହିଛନ୍ତି ଯେ ଚାଟବଟ୍ ୧୯୮୯ ମସିହାର ତିଆନାନମେନ୍ ସ୍କୋୟାର ଘଟଣା ଭଳି ବିଷୟ ଉପରେ କୌଣସି ସୂଚନା ଦେଉନାହିଁ। ଅନେକ ସମୟରେ ଏହା ଏପରି ଉତ୍ତର ଦେଉଛି ଯାହା ଚୀନ୍ ସରକାରଙ୍କ ପ୍ରୋପାଗଣ୍ଡା ଦ୍ୱାରା ପ୍ରଭାବିତ ହୋଇଥିବା ଭଳି ଲାଗିଥାଏ। ଯାହାକୁ ନେଇ ଏହି ଆପର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି।
ଚୀନର ହାଙ୍ଗଝୋ ସହରରେ ଗତ ବର୍ଷ ଏହି ଡିପସିକ୍ ଆପ୍ ତିଆରି ହୋଇଥିଲା। ମାତ୍ର ୬ ମାସ ମଧ୍ୟରେ ଚୀନର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ଏହି ଆପର ନିର୍ମାଣ କରି ସମସ୍ତଙ୍କୁ ଚମକାଇ ଦେଇଥିଲା।
Comments are closed.