Latest Odisha News

BREAKING NEWS

ନିକଟ ଅତୀତରେ ଅର୍ଥନୀତିରେ ଆମେରିକାକୁ ଚୀନ୍ ଟପିବା ସମ୍ଭାବନା କମ୍ !

ନୂଆଦିଲ୍ଲୀ: ବ୍ଲୁମବର୍ଗ ଇକୋନୋମିକ୍ସର ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ ଚୀନର ଆର୍ଥିକ ଅଭିବୃଦ୍ଧି ପୂର୍ବ ଧାରଣାଠାରୁ ଅଧିକ ହ୍ରାସ ପାଉଛି । ତେଣୁ ଆମେରିକାକୁ ଅର୍ଥନୀତିରେ ଟପିଯିବ ବୋଲି ଯେଉଁ କୁହାଯାଉଥିଲା ତାହା ହୁଏତ ଆଉ ଏବେ ସମ୍ଭବ ନୁହେଁ। ପୂର୍ବ ଆକଳନ ଅନୁଯାୟୀ 2040 ଦଶକର ମଧ୍ୟଭାଗରେ ବିଶ୍ୱର ସର୍ବବୃହତ ଅର୍ଥନୀତି ଭାବେ ଆମେରିକାକୁ ଚୀନ୍ ପଛରେ ପକାଇବ ବୋଲି ଏକ ସମ୍ବାବନା ଦେଖାଦେଇଥିଲା।

ସଦ୍ୟ ରିପୋର୍ଟରେ ବେଜିଂର ମାନ୍ଦାବସ୍ଥା ବାବଦରେ ଉଲ୍ଲେଖ କରାଯାଇଛି। ଯେଉଁଥିରେ ସମ୍ପତ୍ତିର ଗଭୀର ହ୍ରାସ, ବେଜିଂର ଅର୍ଥନୀତି ପରିଚାଳନା ଉପରେ ଦୁର୍ବଳ ଆସ୍ଥା ଏବଂ ଏକ ସଙ୍କୁଚିତ ଶ୍ରମଶକ୍ତି ଅନ୍ତର୍ଭୁକ୍ତ।

ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଚୀନର ଦୀର୍ଘକାଳୀନ ଅଭିବୃଦ୍ଧି ସମ୍ଭାବନାକୁ ଅନେକ ଗଠନମୂଳକ ଆହ୍ୱାନ ଯେପରିକି ବୟସାଧିକ ଜନସଂଖ୍ୟା ଏବଂ ଋଣର ମାତ୍ରା ବୃଦ୍ଧି ଯୋଗୁ ହ୍ରାସ ପାଉଛି।

ମାନ୍ଦାବସ୍ଥା ସତ୍ତ୍ୱେ ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନର ଅର୍ଥନୀତି ନିକଟ ଭବିଷ୍ୟତ ପାଇଁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ରହିବ। ତେବେ ଆଗାମୀ ଦଶନ୍ଧି ମଧ୍ୟରେ ଏହା ଆମେରିକାକୁ ଅତିକ୍ରମ କରିବାର ସୁଯୋଗ ଦେଉଥିବା ଗତି ଫେରି ପାଇବାର ସମ୍ଭାବନା କମ୍।

ଏହି ରିପୋର୍ଟରେ ଏପରି ଏକ ସମୟରେ ପ୍ରକାଶ ପାଇଛି ଯେତେବେଳେ ସାରା ବିଶ୍ୱ ଚୀନ ସହ ସମ୍ପର୍କକୁ ନେଇ ପୁନର୍ବାର ଚିନ୍ତା କରୁଛି। ଚୀନର ବର୍ଦ୍ଧିତ ଅର୍ଥନୈତିକ ଓ ସାମରିକ ଶକ୍ତିକୁ ନେଇ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ଚିନ୍ତାରେ ପଡ଼ିଥିବା ବେଳେ ଏହାର ମୁକାବିଲା ପାଇଁ ଉପାୟ ଖୋଜୁଛନ୍ତି।

ଚୀନର ଅର୍ଥନୀତିରେ ମାନ୍ଦାବସ୍ଥା ପାଶ୍ଚାତ୍ୟ ରାଷ୍ଟ୍ରକୁ ନିଜ ସ୍ଥିତି ସୁଦୃଢ଼ କରିବା ପାଇଁ ସୁଯୋଗ ସୃଷ୍ଟି କରିପାରେ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୀନ ଏବେ ବି ଏକ ପ୍ରମୁଖ ଅର୍ଥନୈତିକ ଶକ୍ତି ହୋଇଥିବାରୁ ଏହାର ମାନ୍ଦାବସ୍ଥା ବିଶ୍ୱ ଅର୍ଥନୀତି ଉପରେ ବିଶେଷ ପ୍ରଭାବ ପକାଇବ।

ଏହି ରିପୋର୍ଟରେ ଚୀନର ଦୀର୍ଘମିଆଦୀ ଅଭିବୃଦ୍ଧି ପାଇଁ ଢାଞ୍ଚାଗତ ସଂସ୍କାରର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଯଦି ଚୀନକୁ ଦୀର୍ଘ ଦିନର ମାନ୍ଦାବସ୍ଥାକୁ ଏଡ଼ାଇବାକୁ ହେବ ତା’ହେଲେ ତା’ର ଅର୍ଥନୀତି ଉପରେ ପଡୁଥିବା ଆହ୍ୱାନର ମୁକାବିଲା କରିବାକୁ ପଡ଼ିବ।

Comments are closed.