Latest Odisha News

BREAKING NEWS

କୋଭିଡ ବିରୋଧରେ ଚୀନ୍ ଆଣିଲା ବୁଷ୍ଟର ଡୋଜ୍

ବେଜିଂ : କୋଭିଡ ବିରୋଧରେ ମହାସଞ୍ଜୀବନୀ ପାଲଟି ପାରେ ଚୀନ ଟିକା । ଚୀନର କାନସିନୋ ବାୟୋଲୋଜିକ୍ସ ଦ୍ବାରା ପ୍ରସ୍ତୁତ ଟିକାର ବୁଷ୍ଟର ଡୋଜ ଶରୀରର ଆଣ୍ଟିବଡି ପରିମାଣ ୨୫୦ରୁ ୩୦୦ ଗୁଣ ବଢ଼ାଉଛି । ଆଘ୍ରାଣ କରି ନିଆ ଯାଇପାରୁଥିବା ଏହି ଟିକା କୋଭିଡ ବିରୋଧରେ ଏକ ଶକ୍ତିଶାଳୀ ଔଷଧ ସାବ୍ୟସ୍ତ ହୋଇଛି । ଚୀନ କମ୍ପାନି ଦ୍ବାରା ପ୍ରସ୍ତୁତ ଏରୋସଲିସାଇଜଡ ଇନହେଲଡ ଆଡେନୋଭାଇରସ ଟାଇପ ୫ ବା Ad5-nCoV କ୍ଷେତ୍ରରେ ଦେଖାଯାଇଛି ଯେ, ଯେଉଁମାନେ ଏହି ଟିକା ଆଘ୍ରାଣ ଜରିଆରେ ନେଇଥିଲେ ସେମାନଙ୍କ ଶରୀରରେ ଆଣ୍ଟିବଡି ପରିମାଣ ପ୍ରାୟ ୩୦୦ ଗୁଣ ବଢିଛି ।

ଅନ୍ୟ କମ୍ପାନିର ବୁଷ୍ଟର ଡୋଜ ଆଣ୍ଟିବଡି ୩୦ଗୁଣ ବଢାଉଥିବା ବେଳେ Ad5-nCoVର ବୁଷ୍ଟର ଡୋଜ ଆଣ୍ଟିବଡି ପରିମାଣ ସବୁଠାରୁ ଅଧିକ ବୃଦ୍ଧି ପାଇଛି । ଏହାସହ ଶରୀରରେ ଦୀର୍ଘକାଳୀନ ପ୍ରତିରୋଧକ ବ୍ୟବସ୍ଥା ବି ଏହା ସୃଷ୍ଟି କରୁଛି । କାନସିନୋ ବାୟୋର ସହପ୍ରତିଷ୍ଠାତା ଝୁ ତାଓ କହିଛନ୍ତି, ସାଧାରଣତଃ ଅନେକ ପାଶ୍ଚାତ୍ୟ ରାଷ୍ଟ୍ରରେ ଏମ-ଆରଏନଏ ଟିକାକୁ ବୁଷ୍ଟର ଡୋଜ ଭାବେ ଗ୍ରହଣ କରାଯାଉଛି । ଏବଂ ଏହା ଜରିଆରେ ସର୍ବାଧିକ ୩୦ ପ୍ରତିଶତ ଆଣ୍ଟିବଡି ବୃଦ୍ଧି ପାଉଛି । ମାତ୍ର ଯେଉଁମାନେ Ad5-nCoV ନେଇଥିଲେ, ସେମାନଙ୍କ ଶରୀରରେ ଆଣ୍ଟିବଡି ପରିମାଣ ପ୍ରାୟ ୩୦୦ ଗୁଣ ବୃଦ୍ଧିପାଇଛି ।

Leave A Reply

Your email address will not be published.