Latest Odisha News

BREAKING NEWS

ଭୂସ୍ବର୍ଗ କାଶ୍ମୀର ପାଇଁ ବଢୁଛି ବିପଦ, ଅଧିକ ଆକ୍ରମଣ କରିବାକୁ ଧମକ ଦେଲା ISKP

ଜାମ୍ମୁ : ଜାମ୍ମୁ ଓ କାଶ୍ମୀର ଲାଗି ବଢ଼ିଲା ବିପଦ । ଅଧିକ ଆକ୍ରମଣ କରିବାକୁ ଧମକ ଦେଲା ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ଖୋରାସାନ ପ୍ରୋଭିନସ । ଗତ ଦୁଇ ସପ୍ତାହ ଧରି ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଜାରି ରହିଥିବା ବେଳେ, ବିଭିନ୍ନ ସ୍ଥାନରେ ଲୁଚି ରହି ଆତଙ୍କବାଦୀମାନେ ହତ୍ୟା କରୁଥିବାରୁ ଚିନ୍ତା ବଢିଛି । କିଛି ଦିନ ଧରି ସଶସ୍ତ୍ର ଆତଙ୍କବାଦୀ ଭାରତରେ ପ୍ରବେଶ କରି ହିଂସାକାଣ୍ଡ ଘଟାଇବା ଲାଗି ଯୋଜନା କରୁଥିବା ଖବର ପ୍ରକାଶ ପାଇବା ପରେ ସେନାବାହିନୀ ଓ ପୋଲିସ ସତର୍କ ହୋଇଥିଲା । ବିଭିନ୍ନ ସ୍ଥାନରେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଗତବର୍ଷ ଫେବ୍ରୁଆରୀରୁ ଆଇଏସକେପି ଭଏସ ଅଫ ହିନ୍ଦ ମାଗାଜିନ ପ୍ରକାଶ କରି ଆସୁଥିବା ବେଳେ ସମ୍ଭାବ୍ୟ ଯୋଜନା ସମ୍ପର୍କରେ ସୂଚନା ଦେଇଆସୁଛି ।

ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ଆଇଏସକେପିର ସ୍ଲିପର ସେଲ୍ ରହିଛି । ସେହି ସବୁ ସ୍ଥାନରେ ସେମାନେ ରହି ଆତଙ୍କୀ ଯୋଜନା କରୁଛନ୍ତି । ସ୍ଲିପର ସେଲର ଅର୍ଥ ହେଉଛି ସାଧାରଣ ଜନବସତିରେ ସେମାନେ ସାଧାରଣ ନାଗରିକଙ୍କ ପରି ଚଳପ୍ରଚଳ କରନ୍ତି । ଏବଂ ନିର୍ଦ୍ଦେଶ ମିଳିବା ମାତ୍ରେ ଆତଙ୍କୀ କାର୍ଯ୍ୟ ଲାଗି ଆଗେଇ ଆସନ୍ତି । ଜାମ୍ମୁ ଓ କାଶ୍ମୀରରେ ଏହି ସଙ୍ଗଠନ ପ୍ରରୋଚନାରେ ଅନେକ ଛୋଟ ଛୋଟ ଆତଙ୍କୀ ସଙ୍ଗଠନ ଗଠିତ ହୋଇଛି ଏବଂ ଅଧିକ ଆତଙ୍କୀ ଆକ୍ରମଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । ଏହାସହ ଏହି ସଙ୍ଗଠନ ସହ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ନିବିଡ ସମ୍ପର୍କ ରହିଛି । ଗତ ୧୫ ଦିନରେ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀମାନେ ୧୧ଜଣଙ୍କୁ ହତ୍ୟା କଲେଣି ।

Leave A Reply

Your email address will not be published.