ବେଜିଂ: ମଙ୍ଗଳ ଗ୍ରହର ଅନୁସନ୍ଧାନକୁ ନେଇ ଚୀନ୍ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି । ଗ୍ରହ ବାହରକୁ ପ୍ରେରଣ କରାଯାଇଥିବା ଚୀନ୍ର ପ୍ରଥମ ମହାକାଶ ଯାନ ମଙ୍ଗଳର ପାଖାପାଖି ପହଞ୍ଚିଛି । ଏହାର କ୍ୟାମେରାରେ କଏଦ୍ ହୋଇଥିବା ଚିତ୍ର ପ୍ଲାନେଟ୍ର ସ୍ଥଳଭାଗ ଚାରିପଟେ ଏହି ଯାନର କ୍ରାଟର ବୁଲୁଥିବା ଦର୍ଶାଉଛି ।
ଗତବର୍ଷ ଜୁଲାଇ ମାସରେ ଚୀନ୍ର ନାଶ୍ନାଲ୍ ସ୍ପେସ୍ ଆଡମିନିଷ୍ଟ୍ରେସନ୍(ସିଏନ୍ଏସ୍ଏ), ରବୋଟ୍ ଚାଳିତ ଟିନ୍ୱେନ୍-୧ ମହାକାଶ ଯାନକୁ ମଙ୍ଗଳ ଗ୍ରହର ଅନୁସନ୍ଧାନରେ ପଠାଇଥିଲା । ଏହା ଉତ୍କ୍ଷେପଣ ସ୍ଥଳରୁ ୨.୨ ମିଲିୟନ୍ କିଲୋମିଟର୍ ଯିବା ପରେ ଏହାର ପ୍ରଥମ ଫଟୋ ପୃଥିବୀକୁ ପଠାଇଛି । ଏହି ଫଟୋଟିରେ ମଙ୍ଗଳ ଗ୍ରହର କଳା –ଧଳା ଛାୟାଚିତ୍ର ରହିଥିବା ଦେଖିବାକୁ ମିଳିଛି ।
ମହାକାଶକୁ ଚତୁର୍ଥ ଥରର ପ୍ରୟାସରେ ଛଡ଼ାଯାଇଥିବା ବା ଗତିପଥ ବଦଳା ଯାଇଥିବା ଇଞ୍ଜିନ୍ ଧିରେ ଧିରେ ଏହାର କାର୍ଯ୍ୟରେ ସଫଳ ହେଉଛି । ବର୍ତ୍ତମାନ ଏହା ମଙ୍ଗଳ ଗ୍ରହର ଦକ୍ଷୀଣ ପାର୍ଶ୍ୱରେ ରହିଥିବା ଜଣାପଡ଼ିଛି ବୋଲି କୁହାଯାଇଛି । ୫ଟନ୍ ବିଶିଷ୍ଟ ଏହି କ୍ଷୀପ୍ର ଗତିର ମହାକାଶ ଅନୁସନ୍ଧାନକାରୀ ଯାନ ଫେବୃଆରୀ ୧୦ ସୁଦ୍ଧା ମଙ୍ଗଳରେ ସ୍ଥାପିତ ହୋଇଯିବା ନେଇ ଆଶା କରାଯାଉଛି ।
ସିଏନଏସଏ କହିଛି ଯେ ଏହି ଯାନ ମେ ମାସରେ କକ୍ଷପଥରେ ପହଞ୍ଚି ଗ୍ରହ ପୃଷ୍ଠରେ ଏହାର ଲ୍ୟାଣ୍ଡର-ରୋଭରର ସ୍ଥାପନ କରିବ । ଯଦି ଏହି ରକେଟ୍ ଚାଳିତ ଅବତରଣ ସୁରୁଖୁରୁରେ ଚାଲିବ, ତେବେ ଲ୍ୟାଣ୍ଡର୍ ମାର୍ଟିଆନ୍ ମାଟିରେ ଗାଡ଼ି ଚଲାଇବା ପାଇଁ ଦୁଇଟି ଟ୍ରାକ୍ ରାମ୍ପ ନିୟୋଜିତ କରିବ । ରୋଭରର ରାଡାର ସିଷ୍ଟମ ଚାଇନାର ଅନୁସନ୍ଧାନକାରୀଙ୍କୁ ତରଳ ଭୂତଳ ଜଳ ଖୋଜିବାରେ ସାହାଯ୍ୟ କରିବ ବୋଲି ଚୀନ୍ କହିଛି ।
Comments are closed.