ବେଜିଂ : ବିଭିନ୍ନ ବିବାଦ ସୃଷ୍ଟି କରି ପୂର୍ବରୁ ବିଶ୍ୱାସ ହରାଇଥିଲା ଚୀନ । ଏବେ କରୋନା ଭାଇରଦ ପରେ ବଡ ବଡ ଦେଶଗୁଡିକ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ସମୟରେ ଚୀନର ଅର୍ଥନୀତି ପାଖାପାଖି ୨ ଦଶନ୍ଧି ପରେ ଖରାପ ସ୍ତରକୁ ଆସିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ଭୁଲ କରି ଚୀନ ଚାରିପଟୁ ଫସୁଛି । ଚୀନ୍ର ଅର୍ଥନୀତି ଏକା ବେଳକେ ୬.୮ ପ୍ରତିଶ କମିଯ।ଇଛି । ପ୍ରଥମ ତ୍ରୈମାସିକର ଚୀନ୍ର ଅର୍ଥନୀତିକୁ ଏପରି ଝଟକା ଲାଗିଛି । ୧୯୯୨ ମସିହାପରେ ଚୀନ୍ର ଅର୍ଥନୀତିକୁ ଏପରି ଝଟକା ଲାଗିଛି । ଗତ ବର୍ଷ ଏହି ସମୟ ତୁଳନାରେ ଚୀନ୍ର ଅର୍ଥନୀତି ଏତେ ପରିମାଣରେ କମିଛି । ଚୀନ୍ ଅଧିକାରୀମାନେ ପ୍ରକାଶ କରିଥିବା ପ୍ରଥମ ତ୍ରୈମାସିକ ଅର୍ଥନୀତି ରିପୋର୍ଟରେ ଜିଡିପି ହ୍ରାସ ପାଇଛି ।
କରୋନା ଭାଇରସ୍ର ସଂକ୍ରମଣ ବୁହାନ୍ରେ ଆରମ୍ଭ ହୋଇଥିବା ବେଳେ ଚୀନ୍ ଏହି ତଥ୍ୟ ଦେବାରେ ବିଳମ୍ବ କରିଥିବା । ଏଥିପାଇଁ କରୋନା ଭାଇରସ୍ ଚୀନ୍ ଅନ୍ୟପ୍ରାନ୍ତ ଓ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଯାଇଥିଲା । ଏବେ ଏହା ମହାମାରୀର ରୂପ ନେଇଥିବା ବେଳେ ସମଗ୍ର ବିଶ୍ୱର ଅର୍ଥନୀତି ଉପରେ ପ୍ରଭାବ ପକାଇଛି ।
Comments are closed.