ନୂଆଦିଲ୍ଲୀ : ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ଭାରତ ଏବଂ ଚୀନ୍ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି ବୋଲି ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି। ତେବେ, ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କର୍ଣ୍ଣେଲ ୱୁ କିଆନଙ୍କ ବିବୃତ୍ତି ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ ଭାରତ ।
ଚୀନ୍ ପ୍ରତିରକ୍ଷା ମୁଖପାତ୍ର ସିନିୟର କର୍ଣ୍ଣେଲ ୱୁ କିଆନ୍ ଏକ ଲିଖିତ ବିବୃତ୍ତିରେ କହିଛନ୍ତି ଯେ, ପାଙ୍ଗୋଙ୍ଗ ସୋ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରେ ଥିବା ଚୀନ୍ ଏବଂ ଭାରତୀୟ ଫ୍ରଣ୍ଟଲାଇନ ସୈନ୍ୟମାନଙ୍କର ପ୍ରତ୍ୟାହାର ଆରମ୍ଭ ହୋଇଛି । ଗତ ମାସରେ ମୋଲଡୋ-ଚୁସୁଲ ସୀମାର ଚୀନ୍ ପାର୍ଶ୍ୱରେ ଅନୁଷ୍ଠିତ ନବମ ରାଉଣ୍ଡ ସାମରିକ କମାଣ୍ଡର ସ୍ତରୀୟ ଆଲୋଚନାରେ ହୋଇଥିବା ସହମତି ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି ବୋଲି କର୍ଣ୍ଣେଲ କିଆନ କହିଛନ୍ତି।
ଅନ୍ୟପଟେ ଭାରତ କହିଛି ଯେ, ଏହି ଆଲୋଚନା ଏକ ସକରାତ୍ମକ, ବ୍ୟବହାରିକ ଏବଂ ଗଠନମୂଳକ ଭାବରେ ସମାପ୍ତ ହୋଇଥିଲା । ଉଭୟ ପକ୍ଷ ସୀମାରେ ଉତ୍ତେଜନା ହ୍ରାସ ପାଇଁ ସହମତ ହୋଇଥିଲେ।
Comments are closed.