Latest Odisha News

ଇତିହାସ ରଚିଲା ଚୀନର ଆନିମେଟେଡ ଫିଲ୍ମ ନେ ଝା ୨

ନୂଆଦିଲ୍ଲୀ: ଚୀନର ଆନିମେଟେଡ ଫିଲ୍ମ ନେ ଝା ୨ ବିଶ୍ୱ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ଏହାର ବିଶ୍ୱର ସର୍ବାଧିକ ଆୟକାରୀ ଆନିମେଟେଡ ଫିଲ୍ମ ହୋଇଛି । ବୁଧବାର ଏହି ଫିଲ୍ମ ରିଲିଜ ହେବା ପରଠାରୁ ଏ ପର୍ଯ୍ୟନ୍ତ ୧୪ ହଜାର ୭୨୮ କୋଟି ଟଙ୍କା ଆୟ କରିସାରିଛି । ଏହା ମାତ୍ର ୨ ଦିନରେ ବିଶ୍ୱର ୮ମ ଆୟକାରୀ ଫିଲ୍ମ ହୋଇଛି । ଅବତାର ଫିଲ୍ମ ୨୫୦୦୦ କୋଟି ଆୟ ସହ ଶୀର୍ଷ ସ୍ଥାନରେ ରହିଛି । ଏହା ପଛକୁ ଆଭେଞ୍ଜର୍ସ ଏଣ୍ଡ ଗେମ (୨୩ ହଜାର କୋଟି), ଅବତାର ଦି ୱେ ଅଫ ୱାଟର(୨୦ ହଜାର କୋଟି), ଟାଇଟାନିକ (୧୯ହଜାର କୋଟି), ଷ୍ଟାର ୱାର୍ସ ଦି ଫୋର୍ସ ଆୱେକିନ୍ସ(୧୭ ହଜାର କୋଟି), ଆଭେଞ୍ଜର୍ସ ଇନଫିନିଟି ୱାର (୧୭ ହଜାର କୋଟି) ଓ ସ୍ପାଇଡର ମ୍ୟାଚ (୧୬ ହଜାର କୋଟି) ରହିଛି ।

ଚୀନର ପୌରାଣିକ ଗାଥା ଉପରେ ଏହି ଫିଲ୍ମ ନିର୍ମିତ ହୋଇଛି । ୨୦୧୯ର ଏହାର ପ୍ରଥମ ଭାଗ ରିିଲିଜ ହୋଇଥିଲା । ସେତେବେଳେ ଏହା ୭୦୦ ମିଲିୟନ ଆମେରିକୀୟ ଡଲାର ଆୟ କରିଥିଲା । ଆଗାମୀ ଦିନରେ ଏହା ଆହୁରି ରେକର୍ଡ କରିବ ବୋଲି ଅନୁମାନ କରାଯାଉଛି ।

Comments are closed.