ପିଟସ୍ବର୍ଗ: ଆମେରିକାରେ କୋଭିଡ-୧୯ ଉପରେ ଗବେଷଣା କରୁଥିବା ଚାଇନିଜ ବୈଜ୍ଞାନିକଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ୩୭ ବର୍ଷିୟ ବିଙ୍ଗ ଲୁଇ ଆମେରିକାର ପିଟସ୍ବର୍ଗରେ ଥିବା ଏକ ଗବେଷଣାଗାରରେ କରୋନା ଭାଇରସ୍ ସମ୍ପର୍କରେ ଗବେଷଣା କରୁଥିଲେ । ସେ ଏଥିରେ ଅନେକ ସଫଳତା ପାଇଥିଲେ । ତାଙ୍କର ଏହି ଅକାଳ ବିୟୋଗରେ ଆମେରିକାର ଅନେକ ବୈଜ୍ଞାନିକ ଶୋକ ପ୍ରକାଶ କରିଛନ୍ତି ।
ଲୁଇଙ୍କୁ ହାଉ ଗୁ ନାମକ ବ୍ୟକ୍ତି ଗୁଳି କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବା ପାଇଁ ପାଇଛି । ଲୁଇଙ୍କୁ ଗୁଳି କରିବା ପରେ ହାଓ ସେଠାରେ ୧୦୦ ଫୁଟ୍ ଦୂରକୁ ଯାଇ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି । ପୂର୍ବରୁ ଲୁଇ ଓ ହାଓ ପରସ୍ପରକୁ ଜାଣିଥିଲେ । ତେବେ ଏହି ଯୁବ ଓ ସଫଳ ବୈଜ୍ଞାନିକଙ୍କୁ କାହିଁକି ହତ୍ୟା କରାଯାଇଛି ସେ ବିଷୟରେ କିଛି ଜଣା ପଡି ନାହିଁ । ସାର୍ସ କୋଭ -୨ର ସଂକ୍ରମଣ ଓ କୋଷ ସଂରଚନା ବିଷୟରେ ସେ ଜାଣିବା ପାଇଁ ଚାହିଁଥିଲେ ।
Comments are closed.