Latest Odisha News

BREAKING NEWS

ଭାରତୀୟ ସୀମା ନିକଟରେ ଉଡିଲା ଚୀନର ଲଢ଼ୁଆ ବିମାନ

ନୂଆଦିଲ୍ଲୀ: ଭାରତୀୟ ସୀମା ନିକଟରେ ଚୀନର ଲଡୁଆ ବିମାନ ଉଡିବା ଚିନ୍ତାର କାରଣ ସାଜିଛି । ଭାରତୀୟ ସେନା ଏହା ଉପରେ କଡା ନଜର ରଖିଛନ୍ତି । ଲଦ୍ଦାଖ ସୀମାଠାରୁ ୩୦-୩୫ କିଲୋମିଟର ଦୂରରେ ଏହି ବିମାନ ଉଡିବା ଦେଖିବାକୁ ମିଳିଥିଲା । ଅନ୍ତର୍ଜାତୀୟ ନିୟମ ଅନୁସାରେ ସୀମାଠାରୁ ୧୦ କିଲୋମିଟର ରେଂଜରେ କୌଣସି ବିମାନ ଆସି ପାରିବ ନାହିଁ ।

ଜେ-୧୧, ଜେ-୭ ଶ୍ରେଣୀର ୧୦-୧୨ ବିମାନ ଚୀନ ସୀମାରେ ଉଡୁଛନ୍ତି । ଏ ପର୍ଯ୍ୟନ୍ତ ଚୀନ ପକ୍ଷରୁ ନିୟମ ଉଲ୍ଲଘଂନ କରାଯାଇ ନାହିଁ । ତଥାପି ଭାରତ ସତର୍କତା ସହ ଏହା ଉପରେ ନଜର ରଖିଛି । ମେ ମାସରେ ଭାରତୀୟ ସେନା ଓ ଚୀନ ସୀମା ମଧ୍ୟରେ ବିବାଦ ଉପୁଜିଥିଲା । ଭାରତ ଶେଷରେ ସୁଖୋଇ-୩୦ ବିମାନ ନିୟୋଜିତ କରିଥିଲା । ଉଭୟ ଦେଶ ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଆସି ନାହିଁ ।

Leave A Reply

Your email address will not be published.