Latest Odisha News

BREAKING NEWS

ଘରୋଇ ସାମଗ୍ରୀ ମାଧ୍ୟମରେ ଗୋଇନ୍ଦାଗିରି କରୁଛି ଚୀନ !

ଲଣ୍ଡନ: ବ୍ରିଟେନରେ ଘରୋଇ ସାମଗ୍ରୀ ଏବଂ ଏଲଇଡି ମାଧ୍ୟମରେ ଚୀନ ଗୋଇନ୍ଦାଗିରି କରୁଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ବ୍ରିଟିଶ ସରକାର ବିଭିନ୍ନ ଚୀନ ସାମଗ୍ରୀ ଉପରେ ତଦନ୍ତ କରିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । କାରରେ ବ୍ୟବହୃତ ହେଉଥିବା ପାର୍ଟସ, ଏଲଇଡି ଏବଂ ଅନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀରେ ଚିପ ଲାଗିଥିବା ଜଣାପଡିଛି । ବ୍ରିଟେନ ସରକାର ଏ ନେଇ ନାଗରିକଙ୍କୁ ସତର୍କ କରାଇଛି । ବ୍ରିଟେନର କେତେକ ୟୁନିଭରସିଟି ଚୀନ କମ୍ପାନୀ ସହ ବୈଷୟିକ ସାମଗ୍ରୀ କିଣାବିକା ନେଇ ବୁଝାମଣା କରିଛନ୍ତି । ୟୁନିଭରସିଟିରେ କରାଯାଉଥିବା ଗବେଷଣା ଉପରେ ଚୀନର ନଜର ରହିଛି । ପୂର୍ବରୁ ଆଫ୍ରିକା ଦେଶରେ ଗୋଇନ୍ଦାଗିରି କରୁଥିବା ନେଇ ଏହି କମ୍ପାନୀଗୁଡିକ ଧରା ପଡିଛନ୍ତି ।

ଗ୍ଲୋବାଲ ମାର୍କେଟରେ ଚୀନ ୫୪ ପ୍ରତିଶତ ଉପରେ କବଜା କରି ବସିଛି । କ୍ୱାକଟେଲ, ଫାଇବୋକମ ଓ ଚାଇନା ମୋବାଇଲ ଭଳି କମ୍ପାନୀଠାରୁ ବିଶ୍ୱର ୧୦ ବଡ ମୋବାଇଲ କମ୍ପାନୀ ସାମଗ୍ରୀ କିଣୁଛନ୍ତ । ୫ଜି ନେଟୱର୍କ ଚୀନ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ବ୍ରିଟେନ ପରେ ଅନ୍ୟ ୟୁରୋପୀୟ ଦେଶଗୁଡିକ ଏ ନେଇ ସତର୍କତା ଅବଲମ୍ବନ କରିବା ଆରମ୍ଭ କରି ଦେଇଛନ୍ତି । ପୂର୍ବରୁ ଆମେରିକାର ଯୁଦ୍ଧାସ୍ତ୍ର ସମ୍ପର୍କରେ ଚୀନ ଅନେକ ତଥ୍ୟ ଆଗୁଆ ହାସଲ କରି ନେଇଥିଲା । ଘରେ ବ୍ୟବହୃତ ସାମଗ୍ରୀ ମାଧ୍ୟମରେ ଚୀନକୁ ଜାସୁସୀ କରିବା ସହଜ ହେଉଥିଲା । ଏହା ଧରା ପଡିଯିବା ପରେ ଚୀନ କିଛି ମାତ୍ରାରେ ସତର୍କ ହୋଇଯାଇଛି ।

Leave A Reply

Your email address will not be published.