Latest Odisha News

BREAKING NEWS

ଆଇଏମଡିର ପୂର୍ବାନୁମାନ: ଆସିପାରେ ପୁଣି ଏକ ଲଘୁଚାପ

ଭୁବନେଶ୍ୱର: ଆସୁଛି ପୁଣି ଏକ ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଜାନୁଆରୀ ୨୭ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ବୁଧବାର ଭାରତୀୟ ପାଣିପାଗ ବିଭାଗ (IMD)  ଅନୁମାନ କରିଛି ।

ଆଇଏମଡି ସୂଚନା ଅନୁଯାୟୀ, ପୂର୍ବ ଭାରତ ମହାସାଗର ଏବଂ ସଲଂଗ୍ନ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୩ ଭିତରେ ଏହା ଧୀରେ ଧରେ ପଶ୍ଚିମଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି,  ଗୁରୁବାର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ କମରୁ ମଧ୍ୟମ ଧରଣର କୁହୁଡି ଦେଖା ଦେଇପାରେ । ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କେଉଁଝର ଏବଂ ମୟୂରଭଞ୍ଜର  ଗୋଟିଏ ବା ଦୁଇଟି ସ୍ଥାନରେ କୁହୁଡି ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ନୟାଗଡ, ଗଞ୍ଜାମ, ଖୋର୍ଦ୍ଧା, କଟକ, ଅନଗୁଳ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦୁଝର, ଯାଜପୁର, ଦେବଗଡ, ସମ୍ବଲପୁରର ଗୋଟିଏ ବା ଦୁଇଟି ସ୍ଥାନରେ କମରୁ ମଧ୍ୟମ କୁହୁଡି ହେବାର ସମ୍ଭାବନା ରହିଛି ।

ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ   ରାତି ତାପମାତ୍ରାରେ ବଡ ଧରଣର କୌଣସି ପରିବର୍ତ୍ତନର ସମ୍ଭାବନା  ନ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.