ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଲଦାଖରେ ସମ୍ମୁଖ ଯୁଦ୍ଧ ହୁଏ ଓ ସେଥିରେ ଟ୍ୟାଙ୍କର ବ୍ୟବହାର ହୁଏ, ତେବେ ଭାରତର ଟି-୯୦ ଭୀଷ୍ମ ଟ୍ୟାଙ୍କ ଆଗରେ ଚୀନର ହାଲୁକା ଯୁଦ୍ଧ ଟ୍ୟାଙ୍କଗୁଡ଼ିକ ତିଷ୍ଠି ପାରିବେ ନାହିଁ ବୋଲି ଭାରତୀୟ ସେନାର ଟ୍ୟାଙ୍କ କମାଣ୍ଡର ଦୃଢ଼ତା ସହକାରେ କହିଛନ୍ତି । ଏପରିକି ଭାରତର ପୁରୁଣା ସୋଭିଏତ ନିର୍ମିତ ଟି-୭୨ ଯୁଦ୍ଧ ଟ୍ୟାଙ୍କଗୁଡ଼ିକ ଚୀନର ଟ୍ୟାଙ୍କଗୁଡ଼ିକୁ ଧ୍ୱଂସ କରିବାକୁ ସକ୍ଷମ ହେବେ । ଲଦାଖସ୍ଥିତ ଭାରତ-ଚୀନ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ଲାଗିରହିଛି ।
କିଛିଦିନ ତଳେ ଚୀନ ସେନା ପୂର୍ବ ଲଦାଖର କେତେକ ଅଞ୍ଚଳର ଏଲଏସି ଆରପଟେ ହାଲୁକା ଯୁଦ୍ଧ ଟ୍ୟାଙ୍କ ଟି-୧୫ ମୁତୟନ କରିଛି । ଏହାର ଜବାବରେ ଭାରତୀୟ ସେନା ମଧ୍ୟ ନିଜର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଟି-୯୦ ଭୀଷ୍ମ ଓ ଟି-୭୨ ଟ୍ୟାଙ୍କ ମୁତୟନ କରିଛି । ହିମାଳୟ ପାର୍ବତ୍ୟ ଅଞ୍ଚଳର ପରିବେଶକୁ ନଜରରେ ରଖି ଟି-୯୨ ଟ୍ୟାଙ୍କକୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି । ତେଣୁ ଏହା ଶତ୍ରୁ ପକ୍ଷର ସ୍ଥଳ ଆକ୍ରମଣର ମୁକାବିଲା କରିବାକୁ ସକ୍ଷମ ବୋଲି ଟ୍ୟାଙ୍କ କମାଣ୍ଡର କହିଛନ୍ତି ।
Comments are closed.