Latest Odisha News

BREAKING NEWS

ମାନିଲା ଚୀନ୍, ଭାରତରେ ଟିକଟକ୍ ବ୍ୟାନରୁ ଶହସ୍ର କୋଟି ଘାଟା

ହାତରେ ନମାରି ଚୀନକୁ ଭାତରେ ଚାପୁଡ଼ା ମାରିଛି ଭାରତ । ଗଲଓ୍ୱାନ ଘାଟି ସଂଘର୍ଷ ପରେ ଏଲଏସିରେ ଦୁଇ ଦେଶ ଭିତରେ ଟେସନର ବଢ଼ିଛି । ଚୀନକୁ ସାବାଡ କରିବା ପାଇଁ ୫୯ ଚାଇନିଜ ଆପକୁ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି । ବିଚଳିତ ଚୀନ୍ ଭାରତକୁ ଧମକାଉଛି । କିନ୍ତୁ ସତ ମାନିଛି ଯେ ଟିକଟକ୍ ବ୍ୟାନ୍ ଦ୍ୱାରା କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ ।

ଭାରତରେ ବ୍ୟାନ୍ ହେବା ପରେ ଟିକଟକ ଆପର ପ୍ୟାରେଣ୍ଟ କମ୍ପାନୀକୁ (ମୂଳ କମ୍ପାନୀ) କୋଟି କୋଟି ଟଙ୍କା କ୍ଷତି ହେବ । ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସ ତଥ୍ୟ ଅନୁସାରେ, ପାଖପାଖି ୬ ବିଲିୟନ ଡଲାରରୁ ଅଧିକ ଘାଟା ସହିବ ByteDance । ଗ୍ଲୋବାଲ ଟାଇମ୍ସ ଏସମ୍ପର୍କିରେ ଟ୍ୱିଟ୍ ବି କରିଛି ।

ଗୋଟିଏ ଆପ୍ଲିକେସନ ବ୍ୟାନରେ ଯଦି ଏତେ କ୍ଷତି, ଅନୁମାନ କରନ୍ତୁ ୫୯ ଆପ୍ ନିଷିଦ୍ଧ ଦ୍ୱାରା ଚୀନକୁ କେତେ ବଡ଼ ଆର୍ଥିକ ଝଟକା ଲାଗିବ । ପ୍ରତାରକ ଓ ମିଛୁଆ ଚୀନର ମୁହଁ ଫୁଟାଣି ତଥାପି ଛାଡୁନି । ଗ୍ଲୋବାଲ୍ ଟାଇମ୍ସ ରିପୋର୍ଟ ଅନୁସାରେ ଭାରତରେ ଚୀନ ସାମଗ୍ରୀକୁ ନିଷିଦ୍ଧ କରିବା ଦ୍ୱାରା ଭାରତର ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିବ । କିନ୍ତୁ ଚୀନ୍ ଉପରେ ନୁହେଁ ।

ଏକଥା ସ୍ୱୀକାର କରିଛି ଯେ ଚୀନ୍ କମ୍ପାନୀ ତଥା ନିବେଶକଙ୍କ ପାଇଁ ଏକ ବଡ଼ ମାର୍କେଟ ହେଉଛି ଭାରତ । ସାରା ବିଶ୍ୱର ନିବେଶକଙ୍କ ନଜର ସବୁବେଳେ ଭାରତ ଉପରେ ରହିଛି । ଚାଇନା ଆପକୁ ଭାରତ ବ୍ୟାନ କରିବା ପରେ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

Leave A Reply

Your email address will not be published.