Latest Odisha News

BREAKING NEWS

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ: ବାହୁଡ଼ା ଯାତ୍ରାରେ ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ରଥାରୁଢ଼ ଶ୍ରୀଜିଉଙ୍କର ସୁନାବେଶ ବା ରାଜାରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ମହଣ ମହଣ ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ । ରଥ ଉପରେ ସମସ୍ତ ଦୈନନ୍ଦିନ ନୀତି ଶେଷ ହେବା ପରେ ସୁନାବେଶ ଆରମ୍ଭ ହେବ ।

ପରମ୍ପରା ଅନୁସାରେ, ମଧ୍ୟାହ୍ଣ ଧୂପ ପରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ମହାପ୍ରଭୁଙ୍କ ଅଳଙ୍କାର ସବୁ ରଥ ଉପରକୁ ଅଣାଯିବ । ଖୁଣ୍ଟିଆ, ମେକାପ ଓ ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କୁ ସୁନାବେଶର ସଜ୍ଜିତ କରିବେ । ମହଣ ମହଣ ସୁନା, ରୂପା, ବିଭିନ୍ନ ଧାତୁ ଓ ରତ୍ନ ଖଚିତ ଭଳିକି ଭଳି ଅଳଙ୍କାର ପରିଧାନ କରି ଅପରୂପ ବେଶରେ ଦର୍ଶନ ଦେବେ ରଥାରୁଢ଼ ଲାଳାମୟ ଠାକୁର ।

ଅପରାହ୍ଣ ୪ଟାରୁ ଆରମ୍ଭ ହେବ ସୁନାବେଶ । ମହାପ୍ରଭୁଙ୍କ ସମସ୍ତ ବେଶ ଭିତରୁ ରାଜାରାଜେଶ୍ୱର ବେଶ ଅତି ଦୁର୍ଲଭ । ଚଳିତବର୍ଷ କରୋନା କଟକଣା ଯୋଗୁ ରଥଯାତ୍ରା, ବାହୁଡ଼ା ଯାତ୍ରା ଭଳି ଭକ୍ତଶୂନ୍ୟ ରହିବ ସୁନାବେଶ । ବଡ଼ଦାଣ୍ଡକୁ ଆସିବେ ନାହିଁ ଭକ୍ତ । କେବଳ ଟିଭି ପରଦାରେ ଘରେ ବସି ଦେଖିବେ ।

ଆଜି ସୁନାବେଶ ପରେ ଆସନ୍ତାକାଲି ରଥ ଉପରେ ହେବ ଅଧରପଣା ନୀତି । ତାପରେ ଦିନ ନୀଳକନ୍ଦର ଫେରିବେ ନୀଳମଣି ।

Leave A Reply

Your email address will not be published.