Latest Odisha News

BREAKING NEWS

ଦକ୍ଷିଣ ଚୀନ ସାଗରରେ ମିସାଇଲ ଟେଷ୍ଟ କଲା ଚୀନ, ଆମେରିକାକୁ ଚ୍ୟାଲେଞ୍ଜ

ବେଜିଂ: ଦକ୍ଷିଣ ଚୀନ ସାଗରରେ ଗୁରୁବାର ଆମେରିକାକୁ ଚ୍ୟାଲେଞ୍ଜ ଦେଇ ଚୀନ ବିବାଦୀୟ ଅଂଚଳରେ ମିସାଇଲ ଟେଷ୍ଟ ଫାୟାର କରିଛି । ଯାହା ଫଳରେ ଉଭୟ ଦେଶ ମଧ୍ୟ ଉତେଜନା ବୃଦ୍ଧି ପାଇଛି । ପୂର୍ବରୁ ଆମେରିକା ବିମାନ ଚୀନ ଅଂଚଳରେ ପ୍ରବେଶ କରି ତଥ୍ୟ ସଂଗ୍ରହ କରୁଥିବା ଡ୍ରାଗନ ଟିମ୍ ଅଭିଯୋଗ କରିଥିଲା । ଡିଏଫ-୨୬ବି ଓ ଡିଏଫ-୨୧ଡି ମିସାଇଲ ଟେଷ୍ଟ କରାଯାଇଛି ।

ଚୀନ ସାଗର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଚୀନ ଭିଏତନାମ, ଫିଲପାଇନ୍ସ ଓ ଅନ୍ୟ ଛୋଟ ଦେଶଗୁଡିକ ସହ ସୀମା ବିବାଦ ସୃଷ୍ଟି କରିଛି । ଉପରୋକ୍ତ ୨ ମିସାଇଲ ପରମାଣୁ କ୍ଷମତା ସମ୍ପନ୍ନ । ଡିଏଫ-୨୬ବକୁି କିହ୍ନାଇରୁ ଏବଂ ଡିଏଫ-୨୧ଡିକୁ ଝୋଝିଆଙ୍ଗ ଅଂଚଳରୁ ଫାୟାର କରାଯାଇଥିଲା । ବର୍ତମାନ ସୁଦ୍ଧା ଚୀନ ଏବଂ ଆମେରିକା ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ମନ୍ତବ୍ୟ ଆସି ନାହିଁ ।

Leave A Reply

Your email address will not be published.