Latest Odisha News

BREAKING NEWS

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଖୋଳତାଡ ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ । ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ଭୁବନେଶ୍ବର ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଟେଷ୍ଟ କରାଯାଉଥିବା ସୂଚନା ମିଳିଛି । ତଦନ୍ତ ପରିସରରେ ଥିବା ସମସ୍ତଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇପାରେ ।

ଲାଇ ଡିଟେକ୍‌ସନ୍ ଟେଷ୍ଟ ପାଇଁ ପୂର୍ବରୁ ଆବେଦନ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଆଦିତ୍ୟ ଦାଶ ମୃତ୍ୟୁର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏହି ମାମଲାରେ ପୂର୍ବରୁ ବିଦ୍ୟାଶ୍ରୀଙ୍କ ସମେତ ଆଦିତ୍ୟଙ୍କ କିଛି ସହଯୋଗୀଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରିଥିଲା ତଦନ୍ତକାରୀ ଟିମ୍ ।

ସେହିପରି ଆଦିତ୍ୟଙ୍କ ବାପା-ମାଆ ଓ ଶାଶୂ ଘର ଲୋକଙ୍କୁ ବି ଜେରା କରାଯାଇଥିଲା । କେଉଁ କାରଣରୁ ଆଦିତ୍ୟ ଆତ୍ମହତ୍ୟା କଲେ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ । ପୂର୍ବରୁ ଜିଆରପି ତଦନ୍ତ କରୁଥିଲା । କୌଣସି ଠୋସ୍ ପ୍ରମାଣ ନ ମିଳିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେଇଥିଲେ ପୋଲିସ ଡିଜି ।

Leave A Reply

Your email address will not be published.