Latest Odisha News

ଚୀନ ସଂସଦରେ ବିବାଦୀୟ ହଂକଂ ଜାତୀୟ ସୁରକ୍ଷା ବିଲ୍ ପାରିତ

ବେଜିଂ:ବିଭିନ୍ନ ସ୍ତରରେ ବିରୋଧ ହେବା ସତ୍ୱେ ଚୀନ ସଂସଦରେ ବିବାଦୀୟ ହଂକଂ ଜାତୀୟ ସୁରକ୍ଷା ବିଧେୟକ ପାରିତ ହୋଇଛି । ଅଧିକାଂଶ ଦେଶ ଏହି ବିଲ୍ ବିରୋଧରେ ଥିଲେ । ସମସ୍ତଙ୍କ ଚ୍ୟାଲେଞ୍ଜକୁ ଆହ୍ୱାନ କରି ଚୀନ ବିଲ୍ ପାସ୍ କରିଛି । ଚୀନର ସଂସଦ ଏନସିପିରେ ଆଗତ ବିଲ୍‌କୁ ବହୁ ସାଂସଦ ସମର୍ଥନ କରିଥିଲେ । ହଂକଂର ପୂର୍ବତନ ଗଭର୍ଣ୍ଣର କ୍ରିସ ପେଟେନା ଏହାକୁ ବିଶ୍ୱାସଘାତକତା ବୋଲି କହିଛନ୍ତି ।

ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ହଂକଂକୁ ଏହି ଘଟଣାରେ ସମର୍ଥନ କରିଛନ୍ତି । ହଂକଂ ବ୍ରିଟେନ ଅଧିନରେ ଅଧିକ ଦିନ ରହିଥିଲା । ୧୯୯୭ରେ ଏହି ଦେଶକୁ ବ୍ରିଟେନ ଚୀନକୁ ହସ୍ତାନ୍ତର କରିଥିଲା । ସେବେଠାରୁ ଏହି ବିବାଦ ଲାଗି ରହିଛି । ହଂକଂ ନିଜକୁ ସ୍ୱାଧୀନ କରିବାକୁ ଚାହୁଁଥିବା ବେଳେ ଆମେରିକା ଓ ଚୀନ ବିବାଦରେ ପେଷି ହୋଇଯାଉଛି ।

Comments are closed.