ଲଦାଖ: ଭାରତ-ଚୀନ ବିବାଦର ସମାଧାନର ସୂତ୍ର ଏ ପର୍ଯ୍ୟନ୍ତ ବାହାରି ପାରି ନାହିଁ । ଏହା ମଧ୍ୟରେ ଚୀନର ରେନମ୍ୟାନ ୟୁନିଭରସିଟି ସ୍କୁଲ ଅଫ ଇଂଟରନ୍ୟାଶନାଲ ଷ୍ଟଡିଜର ଆସୋସିଏଟ ଡିନ୍ ପ୍ରଫେସର ଜିନ କେନରଙ୍ଗ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରି ଲଦାଖର ୨ ଶିଖରରୁ ଭାରତୀୟ ସେନାକୁ ପଛକୁ ହଟାଇବାରେ ସଫଳ ହୋଇଛି । ଭାରତୀୟ ସେନା ୨ଟି ଗୁରୁତ୍ୱପୂର୍ଣ୍ଣ ଶିଖର ଅକ୍ତିଆର କରିଥିଲେ ।ସାମରିକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ଅଧିକ ଥିଲା ବୋଲି ସେ କହିଛନ୍ତି ।ଭାରତ ଅକ୍ତିଆର କରିଥିବା ଶିଖର ତଳେ ଆମ ସେନା ଏହାକୁ ବ୍ୟବହାର କରିଥିଲା ।୨୯ ଅଗଷ୍ଟରେ ୧୫ ମିନିଟ ମଧ୍ୟରେ ଭାରତୀୟ ସେନା ବାନ୍ତି କରିବା ସହ ଜାଗା ଛାଡିବାକୁ ବାଧ୍ୟ ହୋଇଥିଲେ । ଏହା ଦ୍ୱାରା ନିୟମ ମଧ୍ୟ ଉଲ୍ଲଂଘନ ହୋଇ ନ ଥିବା ସେ କହିଛନ୍ତି ।
ମାଇକ୍ରୋୱେଭ ଅସ୍ତ୍ର କଣ: ମାଇକ୍ରୋୱେଭ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ରେଡିଏଶନର ଏକ ରୂପ । ଖାଦ୍ୟ ରାନ୍ଧିବା ଠାରୁ ଆରମ୍ଭ କରି ରାଡାର ସିଷ୍ଟମ କ୍ଷେତ୍ରରେ ଏହାକୁ ବ୍ୟବହାର କରି ଯାଇଥାଏ । ଏହାକୁ ଅସ୍ତ୍ର ଭାବେ ବ୍ୟବହାର କଲେ ଶରୀରର ଉତାପ ବୃଦ୍ଧି ପାଇବ ଓ ଏକ ପ୍ରକାର ଶକୱେଭ ସୃଷ୍ଟି କରିବ । ଆମେରିକା, ଜାପାନ ସମେତ ଅନ୍ୟ ବଡ ଦେଶ ଏହାକୁ କିପରି ଅସ୍ତ୍ର ଭାବେ ବ୍ୟବହାର କରିବେ ସେ ନେଇ ଗବେଷଣା ଚଲାଇଛନ୍ତି । ଚୀନ ଯଦି ସତରେ ଏହାକୁ ବ୍ୟବହାର କରିଥିବା ତାହାହେଲେ ଚିନ୍ତାର କାରଣ ବୋଲି ଭାରତର ଜଣେ ରକ୍ଷା ବିଶେଷଜ୍ଞ କହିଛନ୍ତି ।
Comments are closed.