Latest Odisha News

BREAKING NEWS

Paradip Port: ପାରୀଦୀପ ବନ୍ଦରରେ ଅଘଟଣ: ଜାହାଜରୁ ଖସିପଡିଲେ ୨ କ୍ରିୟୁ ସଦସ୍ୟ, ଜଣେ ନିଖୋଜ

ପାରୀଦୀପ: ପାରୀଦୀପ ବନ୍ଦରରେ ଅଘଟଣ । ଜାହାଜରୁ ଖସିପଡିଲେ ୨ ଜଣ କ୍ରିୟୁ ସଦସ୍ୟ। ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ଏବଂ ଅନ୍ୟ ଜଣେ ନିଖୋଜ ଅଛନ୍ତି। ବନ୍ଦରର ୫ ନମ୍ବର ଗେଟ୍ ନିକଟରେ ଥିବା ପିଆଇସିଟି ବର୍ଥରେ ଅଘଟଣ ଘଟିଛି।

ଉଦ୍ଧାର କାର୍ଯ୍ୟରେ CISF, ମେରାଇନ ପୋଲିସ, ସ୍କୁବା ଡ୍ରାଇଭର ଓ କୋଷ୍ଟଗାର୍ଡ ନିୟୋଜିତ ଅଛନ୍ତି । ସୂଚନ ଅନୁଯାୟୀ ଜାହାଜ ବର୍ଥ ଛାଡ଼ିବା ପରେ ସିଡ଼ି କାଢୁଥିଲେ ଜାହାଜ କର୍ମଚାରୀ। ଫଳରେ ଅସାବଧାନତା ଯୋଗୁଁ କ୍ରିୟୁ ସଦସ୍ୟ ଖସି ପଡ଼ିଥିବା ସୂଚନା ମିଳିଛି ।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଜାଙ୍ଗ ତାଇ ନାମକ ଚୀନ୍ ନାବିକ ପିଆଇସିଟିରେ ଜିନିଷପତ୍ର ଖାଲି କରିବା ପରେ ଜାହାଜଟି ଯିବାକୁ ବାହାରୁଥିବା ବେଳେ ସିଡ଼ି କାଢୁଥିବା ସମୟରେ ଦୁର୍ଘଟଣାବଶତଃ ପାଣିରେ ପଡ଼ିଯାଇଥିଲେ। ବାଂଲାଦେଶର ଜଣେ ସାଥୀ କ୍ରୁ ସଦସ୍ୟ ତାଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ରକୁ ଡେଇଁ ପଡ଼ିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା।

କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ବାଂଲାଦେଶୀ ନାବିକଙ୍କୁ ଉଦ୍ଧାର କରିଥିବା ବେଳେ, ଚୀନ୍ କ୍ରୁ ସଦସ୍ୟଙ୍କୁ ଖୋଜିବା ପାଇଁ ବୁଡ଼ାଳି, ପାଟ୍ରୋଲିଂ ଡଙ୍ଗା ଏବଂ ଜଗତସିଂପୁରରୁ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ (ODRAF) ଦଳକୁ ନେଇ ଏକ ବ୍ୟାପକ ସନ୍ଧାନ ଆରମ୍ଭ କରାଯାଇଛି।

 

Comments are closed.